କ୍ବାରେଣ୍ଟାଇନ୍ ସେଣ୍ଟରରେ ପଶି ଫଟୋ ଉଠାଇଲେ ଯୁବକ, ୧୪ଦିନିଆ ହୋମ୍ କ୍ବାରେଣ୍ଟାଇନ୍‌ରେ ପଠାଇଲା ପୋଲିସ

Published By : Prameya-News7 Bureau | May 08, 2020 IST

ବାଲିପାଟଣା ୮|୫ : କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ପ୍ରବାସୀ ଓଡିଆଙ୍କ ଫଟୋ ଉଠାଇ ୧୪ ଦିନିଆ ହୋମ୍ କ୍ଵାରେଣ୍ଟାଇନ୍ ରେ ରହିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ତୁରିନ୍ତିରା କ୍ଵାରେଣ୍ଟାଇନ୍ ସେଣ୍ଟରରେ ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ବାଗଲପୁର ଗ୍ରାମର ଶ୍ରୀଧର ସାହୁ ବିପିନ୍ ବିହାରୀ ହାଇସ୍କୁଲରେ ହୋଇଥିବା ତୁରିନ୍ତିରା ଗ୍ରାମ ପଞ୍ଚାୟତ କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ପ୍ରବାସୀ ଓଡିଆଙ୍କର ଫଟୋ ଉଠାଇଥିଲେ । ବାରଣ ସତ୍ତ୍ବେ ଶ୍ରୀଧର କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ସୋସିଆଲ୍ ମିଡିଆରେ ଏହାର ଫଟୋ ସେୟାର କରିଥିଲେ । କ୍ଵାରେଣ୍ଟାଇନ୍ ସେଣ୍ଟର ନିମ୍ନମାନର ବୋଲି ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ । 

ଏହାକୁ ନେଇ ତୁରିନ୍ତିରା ସରପଞ୍ଚ ସୁଲୋଚନା ସ୍ଵାଇଁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରି ଯୁବକଙ୍କୁ ୧୪ ଦିନିଆ ହୋମ୍ କ୍ଵାରେଣ୍ଟାଇନରେ ପଠାଇଛି । ଅମାନିଆ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ତାଗିଦ୍ କରିଛି । କ୍ଵାରେଣ୍ଟାଇନ୍ ସେଣ୍ଟରରେ ସଂକ୍ରମଣର ଭୟ ଥିବାରୁ ସାଧାରଣ ଲୋକଙ୍କୁ କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.