ଡିଇଓ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲା : ଅଭିଯୁକ୍ତଙ୍କ ଘରକୁ ନୋଟିସ୍ ପଠାଇଲା ପୋଲିସ

Published By : Prameya-News7 Bureau | December 15, 2019 IST

ଜୟପୁର ୧୫।୧: କୋରାପୁଟର ବହୁଚର୍ଚ୍ଚିତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତଙ୍କ ଘରକୁ ନୋଟିସ୍ ପଠାଇଲା ପୋଲିସ । ୩ଦିନ ମଧ୍ୟରେ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ୬ଦିନ ବିତି ଯାଇଥିବା ବେଳେ ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଞ୍ଚି ପାରିନି । ତେଣୁ ତଦନ୍ତ ଆଗକୁ ବଢି ପାରୁନି ।

ଡିଇଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବା ସମୟରେ ଶିକ୍ଷକ ଯେଉଁ ସୁଇସାଇଡ ନୋଟ୍ ଛାଡି ଯାଇଥିଲେ ଏଥିରେ ୭ଜଣଙ୍କ ନାଁ ଉଲ୍ଲେଖ ରହିଛି । କିନ୍ତୁ ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ ସେମାନଙ୍କୁ ପଚରାଉଚୁରା କରିପାରୁନି । କୋରାପୁଟ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ତଦନ୍ତ ଚାଲିଥିବା ବେଳେ ସୁନାବେଡା ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ଡିଇଓଙ୍କ କାର୍ଯ୍ୟାଳୟର ଏକାଧିକ ବ୍ୟକ୍ତି ଛୁଟିରେ ଚାଲିଯାଇଛନ୍ତି । ଯାହାକି ଘଟଣାକୁ ଅଧିକ ରହସ୍ୟ ଭିତରକୁ ଠେଲିଦେଇଛି । ଆଉ ତଦନ୍ତରେ ଶିଥିଳତା ଅଭିଯୋଗ କରି କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.