ମାସ୍କ ନପିନ୍ଧି ଫାଇନ୍‌ ଗଣିଲେ ୩୫୮ ଜଣ, ବିନା କାମରେ ବୁଲୁଥିବାରୁ ୧ହଜାରରୁ ଅଧିକ ଗାଡ଼ି ଜବତ

Published By : Prameya-News7 Bureau | April 19, 2020 IST

ଭୁବନେଶ୍ୱର ୧୯।୦୪ : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରିଥିଲେ । ଯେପରିକି ରାଜ୍ୟରେ ପ୍ରତ୍ୟେକ ଲାେକ ଘରୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ । ଏବଂ କୌଣସି କାମ ନଥିଲେ ବାହାରେ ବୁଲିବାକୁ ମଧ୍ୟ ବାରଣ କରାଯାଇଛି । କିନ୍ତୁ ଅମାନିଆଙ୍କୁ ବୁଝାଇବ କିଏ , ନା କହିବ କିଏ । ଯେତେ କହିଲେ ବି ଏମାନେ ସୁଧୁରିନାହାନ୍ତି କି ସୁଧୁରିବେନି । ଏହି ପ୍ରରିପେକ୍ଷୀରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ମାସ୍କ ନ ପିନ୍ଧି ଗାଡ଼ି ଧରି ରାଜଧାନୀରେ ବୁଲୁଥିବା ଅମାନିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ସହର ବିଭିନ୍ନ ଅଞ୍ଚଳରେ ବିନା ମାସ୍କରେ ୩୫୮ ଜଣ ବୁଲୁଥିଲେ । ଏମାନଙ୍କୁ ପୋଲିସ୍‌ ଧରି ଫାଇନ୍‌ କରିଛି । ସେହିଭଳି କୌଣସି କାମ ନ ଥାଇ ବାଇକ୍‌ ଧରି ବୁଲୁଥିବା ୧,୩୮୯ ଜଣ ଗାଡ଼ି ଜବତ କରିଥିଲା ପୁଲିସ । ସେ ସବୁ ଗାଡ଼ିକୁ ରାତି ୮ଟା ପରେ ପୋଲିସ୍‌ ମାଲିକଙ୍କୁ ହସ୍ତାନ୍ତର କରିଥିଲା । ଗତ ଶୁକ୍ରବାର କମିଶନରେଟ୍‌ ପୁଲିସ୍‌ ବିନା ମାସ୍କରେ ବୁଲୁଥିବା ୪୦୬ ଜଣଙ୍କୁ କରିଥିଲା । ୧,୭୭୪ ଟି ଗାଡ଼ି ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.