Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ତମାଖୁ ଜନିତ କାରଖାନା ଓ ଗୋଦାମ ଗୃହରୁ ମିଳିଲା ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କଞ୍ଚାମାଲ ଦ୍ରବ୍ୟ ଓ ମେସିନ

17/06/2021 at 10:27 PM

ଗଞ୍ଜାମ, ୧୭/୦୬: ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ପକ୍ଷରୁ ଜାରି ରହିଛି ନକଲି କାରଖାନା ଠାବ। ଗତ ଏକ ସପ୍ତାହ ମଧ୍ୟରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ନିକାଞ୍ଚନ ଜାଗା ଏବଂ ଘରେ ଭିତରେ ବେଆଇନ ଭାବେ ଚଳାଇଥିବା ନକଲି କାରଖାନା ଉପରେ ଚଢ଼ାଉ କରାଯିବା ସହ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇ ଆସୁଥିବା ଜଣାପଡିଛି ।

ପାଟପୁର ପୋଲିସ ତରଫରୁ ପ୍ରଥମେ ନକଲି ଗୁଟଖା ପରେ ନକଲି ମୃଦୁ ପାନୀୟ ଜଳ କିମ୍ବା ପାନୀୟ ଜଳ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଥିଲେ l ବୁଧବାର ମଧ୍ୟାହ୍ନ ସାଢେ ୨ ଘଣ୍ଟା ସମୟରେ ଏରେଣ୍ଡ୍ରା ଗ୍ରାମରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ ଏକ ଘର ଭିତରେ ଦୀର୍ଘଦିନ ଧରି ଚଳାଇ ଆସୁଥିବା ନକଲି ତମାଖୁ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏପରିକି ପ୍ରସ୍ତୁତ ଜିନିଷକୁ ଗଦା କରି ରଖିଥିବା ଏକ ଗୋଦାମ ଘରେ ମଧ୍ୟ ଚଢ଼ାଉ କରି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କଞ୍ଚାମାଲ ଉପକରଣ ସମେତ ବହୁ ମେସିନ ଜବତ କରାଯାଇଥିବା ଜଣାପଡ଼ିଛି ।

ଏନେଇ ଗ୍ରାମର ରଥ ସାହିର କାଳୀ ପ୍ରସାଦ ମିଶ୍ର ଓରଫ୍ ମିଟୁଙ୍କୁ (୨୮) ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏଥିରେ ଆସିକା ଏସଡିପିଓ ଉମା ସଙ୍କର ସିଂ ଉପସ୍ଥିତ ଥିଲେ।

ଖବରନୁଯାୟୀ, ପାଟପୁର ପୋଲିସ ବୁଧବାର ଦିନ ଏକ ବିଶେଷ ସୁତ୍ରରୁ ଖବରପାଇ ବୁଧବାର ଦିନ ଉକ୍ତ ଗ୍ରାମର ଏକ ଘର ଓ ଗୋଦାମ ଗୃହ ଭିତରେ ଚଢ଼ାଉ କରିବା ସହ ନକଲି କେକେ ମସଲା , ବିମଲ ପୁଡ଼ିଆ, ନକଲି ସିଗାରେଟ ସମେତ ମୁଖଶୁଦ୍ଧି ଭଳି କ୍ଯାନସର ଜନିତ ତମାଖୁ କାରଖାନା ଓ ପ୍ରସ୍ତୁତ ମେସିନ ଜବତ କରିଥିଲେ l ଆଗାମୀ ଦିନରେ ସାନଖେମୁଣ୍ଡି ବ୍ଲକକୁ ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ପ୍ରଦାନ କରିଛନ୍ତି । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧାରଣତଃ ଗ୍ରାମାଞ୍ଚଳ ଲୋକ ଓ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ନକଲି ବେପାର କରୁଥିବା ବେପାରୀଙ୍କ ମନରେ ବର୍ତ୍ତମାନ ଛନକା ପଶିଯାଇଥିବା ଜଣାପଡିଛି । କେଶ ନ ୧୯୩/୨୧ ରେ ମାମଲା ରୁଜୁ କରାଯାଇଛି।

   Related Posts