ପୋଲିସ ରେଡ୍‌ରେ ବିପୁଳ ପରିମାଣର ମାସ୍କ ଜବତ, ଚାରି ଗିରଫ

Published By : Prameya-News7 Bureau | March 25, 2020 IST

ମୁମ୍ବାଇ ୨୫।୦୩: ସାରାଦେଶରେ କରୋନ ଭାଇରସ ଏବେ ଚିନ୍ତାର ବିଷୟ ପାଲଟିଛି । କରୋନା ପରି ମାରାତ୍ମକ ଭୂତାଣୁ କିପରି ଦେଶ ସୁରକ୍ଷିତ ହୋଇପାରିବ। ସେଥିପାଇଁ କେନ୍ଦ୍ର , ରାଜ୍ୟ ଓ ଜନସାଧାରଣ ଦିନରାତି ଉଦ୍ୟମ କରୁଛନ୍ତି । ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।  କରୋନାରୁ ରକ୍ଷା ପାଇଁ ପାଇବା ପାଇଁ ସରକାର କେତେକ ଅତ୍ୟାବଶକୀୟ ସାମଗ୍ରୀ ଉପରେ କଟକଣା ଜାରି କରିନାହାନ୍ତି । ଦେଶର ପ୍ରତି ନାଗରିକଙ୍କୁ ଏପରି ମାରାତ୍ମକ ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ମାସ୍କ ଓ ସାନିଟାଇଜରର କଳବାଜରୀ ଉପରେ କଡା ନଜର ରଖିଛନ୍ତି । ଏପରିକି ଏହିସବୁ ସାମଗ୍ରୀ କଳାବଜାରୀ କରୁଥିବା ସମୟରେ ଧରାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି ।

ତେବେ ମହାରାଷ୍ଟ୍ର ପୋଲିସ ମଙ୍ଗଳବାର ଦିନ ୨୫ଲକ୍ଷ ମାସ୍କ ଜବତ କରିଛି । ମୁମ୍ବାଇର ଅନ୍ଧେରି ଓ ଭଓ୍ୱାଣ୍ଡି ଅଞ୍ଚଳରେ ଥିବା ଏଖ ଗୋଦାମରୁ ଏହି ସବୁ ମାସ୍କ ଜବତ କରିଛି ପୋଲିସ । ଜବତ ହୋଇଥିବା ମାସ୍କ ମଧ୍ୟରେ N95 ମାସ୍କ ରହିଛି ବୋଲି ସୂଚନା ମିଳିଛି । ଜବତ ମାସ୍କର ଆନୁମାନିକ ମୁଲ୍ୟ ୧୫କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ତେବେ ଏହି ଘଟଣାରେ ପୋଲିସ  ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହେବାରେ ସଫଳ ହୋଇଛନ୍ତି । ମାସ୍କଗୁଡିକ କଳା ବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.