କଟକର ବିଭିନ୍ନ ସ୍ଥାନରେ ଚଢାଉ : ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | October 26, 2020 IST

କଟକ ୨୬।୧୦: ଚାରିଆଡ଼େ ପାର୍ବଣର ମାହୋଲ ଚାଲିଛି । ଏହି ସମୟରେ ଖାସ୍‌ କରି ଟ୍ୱିନ୍‌ ସିଟିରେ ଅପରାଧୀକ ମାମଲା ବଢିବାର ଆଶଙ୍କାକୁ ଦେଖି କମିଶନରେଟ୍‌ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

wp:html /wp:html

ଟୁଇନ୍‌ସିଟିରେ ଅପରାଧୀକ ମାମଲାରେ ରୋକ୍ ଲଗାଇବା ପାଇଁ କମିଶନରେଟ୍‌ ପୁଲିସ୍‌ ଏବେ ଆକ୍ସନ୍ ମୋଡକୁ ଆସିଛି । ଦୁର୍ଗା ପୂଜା ସମୟରେ ଚାଲିଥିବା ମଦ ଚୋରା ଚାଲାଣକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ମଦ କାରବାର ଓ ବିକ୍ରି କରିବା ଅଭିଯୋଗରେ ଲାଲବାଗ ଓ ଜଗତପୁର ପୋଲିସ୍ ଚଢ଼ଉ କରି ୨ଜଣ ଅପରାଧୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛ। ସେମାନଙ୍କଠାରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ବୋତଲ ମଦ ସହ ମୋବାଇଲ୍‌ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.