ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ

Published By : Prameya-News7 Bureau | February 24, 2021 IST

ରାଇରଙ୍ଗପୁର, ୨୪/୦୨: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ଲୌହଖଣିରୁ ବେଆଇନ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘଦିନ ଧରି ଚୋରା ଚାଲାଣ ହେଇ ଆସୁଥିଲା ବେଳେ ଏହାକୁ ନେଇ ପୋଲିସ ଉପରେ ଆଙ୍ଗୁଳି ଉଠି ଆସୁଥିଲା । କିନ୍ତୁ ପୋଲିସ ଆକ୍ସନ ମୁଡ଼ରେ ଆସିବା ପରେ ଗୋଟେପରେ ଗୋଟେ ବେଆଇନ ଚାଲାଣ କରୁଥିବା ଗାଡି ଧରା ପଡିବାରେ ଲାଗିଛି ।

ଗତ ଫେବୃଆରୀ ୧୬ ତାରିଖରେ ଟାଉନ ପୋଲିସ ଗୋଟେ ଟ୍ରକକୁ ଜବତ କରିଥିବା ବେଳେ ପୁଣି ବାଦାମପାହାଡ଼ ପୁଲିସ ଗୋଟେ ୨୨ଚକିଆ ଟ୍ରଲର ଓ ଗ୍ରାମଞ୍ଚଳ ଥାନା ହାଟ ବାଦଦା ଆଉଟପୋଷ୍ଟ ଦୁଇଟି ୨୨ ଚକିଆ ଟ୍ରଲରକୁ ଜବତ କରିଛି । ଏଥିସହିତ ତିନିଟି ଗାଡିର ଡ୍ରାଇଭରଙ୍କୁ ଗିରଫ କରି ପୋଲିସ୍‌ କୋର୍ଟ ଚାଲାଣ କରିଛି ।

ପଞ୍ଜାବ ନମ୍ବର ଥିବା ତିନୋଟି ଟ୍ରଲର ବାଦାମପାହାଡ଼ ମୁଖ୍ୟ ରାସ୍ତା କଡରେ ବୋଝେଇ ହୋଇଥିବା ଲୌହପଥରକୁ ବେଆଇନ ଭାବରେ ପଶ୍ଚିମବଙ୍ଗର ହଳଦିଆକୁ ଚାଲାଣ କରୁଥିବା ସୂଚନା ମିଳିଛି । ବାରମ୍ବାର ଚୋରା ଚାଲାଣ କରୁଥିବା ଟ୍ରକକୁ ପୋଲିସ ଜବତ କରିବା ନେଇ ଚୋରା ଚାଲାଣକାରୀଙ୍କ ମନରେ କକୁଆ ଭୟ ସଞ୍ଚାର ହୋଇଥିବା ସାଧାରଣରେ ଚର୍ଚ୍ଚା ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.