Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବେଆଇନ ଭାବେ ଚାଲିଥିବା ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସ ଚଢ଼ାଉ, ପ୍ରସ୍ତୁତ ହେଉଥିଲା ନାମୀ ଦାମୀ ବ୍ରାଣ୍ଡର ପାଣି ଏବଂ କୁରକୁରି

14/06/2021 at 3:39 PM

ପାଟପୁର, ୧୪/୬ : ବେଆଇନ ଭାବେ ଚାଲିଥିବା ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସ ଚଢ଼ାଉ କରିଛି l ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ଏକ ଘରେ ଏହି ଫ୍ୟାକ୍ଟ୍ରି ଚାଲି ଥିଲା । ଫ୍ୟାକ୍ଟ୍ରିରେ ବିଭିନ୍ନ ନକଲି ବ୍ରାଣ୍ଡର ପାଣି, ମୃଦୁ ପାନୀୟ, କୁର କୁରି ପ୍ରସ୍ତୁତ ହେଉଥିଲା। ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ, କେମିକାଲ, ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି ।

ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୋଲିସ ଗିରଫ କରି କେଶ ନଂ190/21 ପ୍ରକାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ମୃଦୁ ପାନୀୟକୁ ଫୁଡ଼ ସେଫଟି ବିଭାଗକୁ ପଠାଯାଇଛି। ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଲୋଗୋ ବ୍ରହ୍ମପୁରରୁ ଅଣୁ ଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି ।

   Related Posts