Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରାଇରଙ୍ଗପୁରରେ ଅବକାରୀ ବିଭାଗର ଚଢାଉ: ବ୍ୟାପକ ବେଆଇନ ମଦ ଜବତ, ଦୁଇ ଗିରଫ, ଜଣେ ଅଟକ

18/05/2021 at 8:17 PM

ରାଇରଙ୍ଗପୁର, ୧୮/୫: ମୟୁରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚୋରା ମଦ କାରବାର ଆହେତୁକ ବୃଦ୍ଧି ପାଉଛି। ଲକଡାଉନ ମଦ ମାଫିଆଙ୍କ ପାଇଁ ଆଣି ଦେଇଛି ପୁଷ ମାସ। ରାସ୍ତାଘାଟ ଶୂନଶାନ, ପୋଲିସ ଚେକିଂ ଜୋରଦାର। ଏଭଳି ଏକ ଜିତୀୟ ବିପତ୍ତି ସମୟରେ କରୋନା ମହାମାରୀ ଆବାଳ ବୃଦ୍ଧ ବନିତା କାହାରିକୁ ଛାଡୁ ନାହିଁ।

ଅକାଳରେ ଝଡି ଯାଉଛି ମୂଲ୍ଯବାନ ଜୀବନ। କଅଁଳ ବୟସରେ ବିଧବା ହେଉଛି ମହିଳା। ଏଭଳି ଦୁଖଦ ସମୟରେ ମଦ ମାଫିଆମାନେ ନିଜର ମଦ ସାମ୍ରାଜ୍ଯକୁ ସହରରୁ ଗାଁକୁ ପହଞ୍ଚାଇଲେଣି। କରୋନା ଯେମିତି ଗାଁ ମୁହାଁ ହୋଇଛି। ମଦ ମାଫିଆମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବେଆଇନ ମଦ କାରବାର କରି ଗାଁର ଟୋକା ମାନଙ୍କୁ ସର୍ବନାଶ କରି ଦେଲେଣି। ଘରେ ଘରେ ମାରପିଟ୍, ଗଣ୍ଡଗୋଳ ଅଶାନ୍ତ ବଳୟ ସୃଷ୍ଟି ହୋଇଛି। ଅଳ୍ପ ହାତ ଗଣତି କେତେଜଣ କର୍ମଚାରୀ ଧରି ଅବକାରୀ ବିଭାଗ ଵିଶାଳ ବାମନଘାଟୀ ଉପଖଣ୍ଡରେ କେତେ ଦୂରବା ଗତିଶୀଳ ହେବ l

ଗୋଳିଆ ପାଣି ସୁହାଇଛି ମଦମାଫିଆଙ୍କୁ। ବଡ ବଡ ଧଳା ମଦ ମାଫିଆମାନେ ଏହି ଲକ୍ ଡାଉନର ସୁଯୋଗ ଦେଖି ଗାଁ ଗଣ୍ଡାରେ ବେକାର ଟୋକାମାନଙ୍କୁ ପ୍ରଲୋଭିତ କରି ମଦ ବେଆଇନ ମଦ କାରବାର କରାଉଛନ୍ତି।

ସୂଚନାଯୋଗ୍ଯ ଯେ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୌଣସି ସୂତ୍ରରୁ ଖବର ପାଇ ବିଜାତଳା ବ୍ଲକର ଚମ୍ପାହୁଦା ଗ୍ରାମର ବୁଧେଶ୍ବର ବିନ୍ଧାଣି(୩୨) ଘରେ ଚଢାଉ କରିଥିଲେ। ବୁଦ୍ଧେଶ୍ବର ନିଜ ପାଇଖାନା ଘରେ ବହୁ ପରିମାଣର ଵିଦେଶୀ ମଦ ୧୮.୬୧୫ ଲି ଏବଂ ୩୧.୨୦ଲି ବିୟର ଲୁଚାଇ ରଖିଥିଲା। ଅବକାରୀ ବିଭାଗ ଜବତ କରିବା ସହ ତାଙ୍କ ନାମରେ ମାମଲା କେଶ ନଂ ୨୩/୨୧ ରୁଜୁ କରିଥିଲା। ସେହିଭଳି ରାଇରଙ୍ଗପୁର ଟାଉନ ଥାନା ଅନ୍ତ୍ରଗତ କଲରଦା ଗ୍ରାମର ଚନ୍ଦ୍ର ମୁର୍ମୁଙ୍କ ଭୂଷା ଦୋକାନରେ ଚଢାଉ କରି ୧୦ଲି ଦେଶୀ ମଦ ଜବତ କରିଥିଲେ ତାଙ୍କ ନାମରେ ମଧ୍ଯ ୨୪/୨୧ କେଶ ମାମଲା ରୁଜୁ କରାଯାଇ ଅବକାରୀ କାର୍ଯ୍ଯାଳୟରେ ଅଟକ ରଖାଯାଇଛି । ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ବରେ କରାଯାଇଥିଲା ।

   Related Posts