ଅଟୋରେ ଚାଲାଣ ହେଉଥିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ, ଛାପ ମାରିଲା ପୋଲିସ୍‌, ୭ ଗିରଫ

Published By : Prameya-News7 Bureau | September 27, 2021 IST

ମାଲକାନଗିରି, ୨୭/୦୯: ଅଟୋରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡାରୁ ଏହି ଗଞ୍ଜେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଯାଉଥିବା ଜଣାପଡ଼ିଛି । ୨୮ଟି ବସ୍ତାରେ ସିଲେଇ ହୋଇ ଏହି ଗଞ୍ଜେଇ ଚାଲାଣ ହେଉଥିଲା ।

ଜବତ ହୋଇଥିବା ଗଞ୍ଜେଇର ଓଜନ ୮୧୧ କିଗ୍ରା ହୋଇଥିବା ବେଳେ ଚୋରା ଚାଲାଣରେ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ୨ଟି ଦୁଇ ଚକିଆ ବାଇକ୍‌ ସହ ମୋବାଇଲ୍‌ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.