ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢାଉ : ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଗିରଫ

Published By : Prameya-News7 Bureau | October 06, 2020 IST

ଭଦ୍ରକ ୦୬।୧୦: କଟକଣା ସତ୍ତ୍ୱ ବି ବେଆଇନ୍‌ ଭାବେ ଚାଲିଛି ନକଲି ଦର୍ଦ୍ଦା କାରବାର । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।  

{"id":339329,"sizeSlug":"large"}

ସୂଚନା ଅନୁସାରେ , ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା କାରଖାନା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଖବର ପାଇ ଏକ ଟିମ  ନେଇ ଉକ୍ତ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢାଉରେ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଜବତ କରିଛି ।

{"id":339330,"sizeSlug":"large"}

ସେହିପରି ଘର ଭିତରୁ ନାମୀ କମ୍ପାନୀର ନକଲି ଲୋଗୋ , ଜର୍ଦ୍ଦା ପତି , ଲେବେଲ , ସେଣ୍ଟ ଓ ଅନ୍ୟାନ୍ୟ କେମିକାଲ ସାମଗ୍ରୀ ସହ କିଛି ଯନ୍ତ୍ରାଂଶ  ଜବତ  କରିଛି । ତେବେ ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୁରଣାବଜାର ପୋଲିସ ଜଣଙ୍କୁ ଅଟକ ରଖିବା ସହ ଏହି ନକଲି କାରବାରର ଲିଙ୍କ୍ ବିଷୟରେ ଅଧିକ ଖୋଳତାଡ଼ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.