ଅବକାରୀ ବିଭାଗର ଚଢ଼ାଉ

Published By : Prameya-News7 Bureau | August 02, 2018 IST

ରାଜଧାନୀର ବିଭିନ୍ନ ସ୍ଥାନରେ ବି ଅବକାରୀ ବିଭାଗର ଚଢାଉ । ଚଢାଉ ବେଳେ ବ୍ୟାପକ ଦେଶୀମଦ ଜବତ ସହ ମଦ ତିଆରି ପୋଚକୁ ନଷ୍ଟ କରାଯାଇଛି । ସେହିଭଳି ଲକ୍ଷାଧିକ ଟଙ୍କାର ଭାଙ୍ଗ ପତି ଜବତ ହୋଇଛି । ଗୁରୁବାର ସକାଳୁ ସକାଳୁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚାଲିଥିଲା ଚଢାଉ । ସାଲିଆ ସାହିର ନୟାଗଡ ବସ୍ତିରେ ଘରେ ଘରେ ଅବକାରୀ ଚଢାଉ କରୁଥିବା ବେଳେ ଗୋଟିଏ ଘରୁ ମିଳିଛି ଦେଶୀ ମଦ ଭାଟି । ପୂର୍ବରୁ ଯେଉଁ ମଦ ଭାଟିରେ ସବୁ ଚଢାଉ କରାଯାଉଥିଲା ସେଠାରେ ମହୁଲ ଓ ପୋଚରେ ମଦ ତିଆରି କରାଯାଉଥିବା ବେଳେ ଏଠାରେ କିନ୍ତୁ ରନ୍ଧା ଗୁଡରୁ ତିଆରି କରାଯାଉଥିଲା ଦେଶୀ ମଦ । ପ୍ରାୟ ୧୦ ହଜାର ଲିଟର ମଦ ପୋଚକୁ ନଷ୍ଟ କରିଥିଲା ଅବକାରୀ ବିଭାଗ । ଏହାସହ ଏଠାରେ ଅନେକ ଘରେ ଚାଲିଥିବା ଦେଶୀ ମଦ ମାଟି ହାଣ୍ଡିକୁ ନଷ୍ଟ କରାଯିବା ସହ ମଦ ତିଆରି ଜିନିଷପତ୍ର ଜବତ କରାଯାଇଛି । ଏଥିରେ ଜଡିତ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିଭଳି ବାଲିଅନ୍ତାର କଣ୍ଟାଗୋଠ ଗାଁରେ ଚଢାଉ କରାଯାଇ ୧୪୨ କେଜି ଭାଙ୍ଗ ଜବତ କରାଯାଇଛି । ଭାଙ୍ଗ ପତି ବିକ୍ରୀ ଅଭିଯୋଗରେ ୩ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.