ବେଆଇନ ଗାଈ ବୋଝେଇ ଟ୍ରକ୍ ଜବତ, ୨୯ଟି ଜୀବନ୍ତ ଉଦ୍ଧାର ବେଳେ ୧୧ଟି ମୃତ

Published By : Prameya-News7 Bureau | October 10, 2021 IST

ଦେବଗଡ, ୧୦।୧୦: ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ବେଆଇନ ଗାଇ ବୋଝେଇ ଟ୍ରକ୍ ଜବତ କରାଯାଇଛି । ଦେବଗଡ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ପୋଲିସ ପକ୍ଷରୁ ଏସଆଇ ବୁଦ୍ଧରାୟ ମାଝୀଙ୍କ ନେତୃତ୍ଵରେ ଦେବଗଡ ସହର ବାଇପାସରେ ଗାଡିମଟର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଗାଇ ବୋଝେଇ ଟ୍ରକ୍ର ଡ୍ରାଇଭର ଗାଡିକୁ ଛାଡି ଚାଲିଯାଇଥିଲା । ପୋଲିସ ସନ୍ଦେହରେ ଟ୍ରକକୁ ଯାଞ୍ଚ କରିଥିବା ବେଳେ ସେଥିରେ ଗାଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ।

ଟ୍ରକରେ ମୋଟ ୪୦ଟି ଗାଇ ଥିବା ବେଳେ ସେଥିମଧ୍ୟରୁ ୨୯ଟି ଗାଇକୁ ଜୀବନ୍ତ ଉଦ୍ଧାର କରାଯାଇଛି । ହେଲେ ୧୧ଟି ଗାଇ ମରିଯାଇଥିବା ଜଣାପଡିଛି । ଦେବଗଡ ପୋଲିସ ଉଦ୍ଧାର କରାଯାଇଥିବା ଗାଇମାନଙ୍କୁ ରେଙ୍ଗାଳବେଡା ଠାରେ ଥିବା ସେବାଧାମର ଜିମା ଦେଇଛନ୍ତି। ମୃତ ଗାଇ ଗୁଡିକର ଶବ ବ୍ୟବଛେଦ ପରେ ପୋତିଦିଆଯିବ ବୋଲି ଜଣାପଡିଛି । ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ଅଧିକ ଅନୁସନ୍ଧାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.