କଟକ ନିର୍ଗୁଣ୍ଡି ନିକଟରୁ ୧୫ ଲକ୍ଷ ଟଙ୍କାର ଗଞେଇ ଜବତ

Published By : Prameya-News7 Bureau | August 26, 2019 IST

କଟକ ୨୬/୮: କଟକ ନିର୍ଗୁଣ୍ଡି ନିକଟରୁ ୧୫ ଲକ୍ଷ ଟଙ୍କାର ଗଞେଇ ଜବତ ହୋଇଛି । ଦାମୀ କାର୍ ସହ ଜଣଙ୍କୁ ଗିରଫ କରି ଖୋଳତାଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ । କନ୍ଧମାଳରୁ କଟକ ଦେଇ ଏହି ଗଂଜେଇ କଲିକତା  ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

{"id":149155}

କନ୍ଧମାଳରୁ କଲିକତା ଭାୟା କଟକ । ଏହି ରୁଟ୍ ଦେଇ ଚାଲାଣ ହେଉଛି ପୁଳା ପୁଳା ଗଞ୍ଜେଇ ।  ରବିବାର କଟକ ନିର୍ଗୁଣ୍ଡିରୁ ୬ ବସ୍ତା ଗଞ୍ଜେଇ ଜବତ କରିଛି ଗୁଇନ୍ଦା ସ୍କ୍ବାର୍ଡ । ଯାହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ । ଏକ ଧଳା ଦାମୀ କାର୍ ଦୃତ ଗତି ରେ ଆସୁଥିବା ଦେଖି ଅବକାରୀ କର୍ମଚାରୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଡ୍ରାଇଭର ଗାଡିକୁ ପ୍ରଥମେ ଡିଭାଇଡରରେ ବାଡେଇବା ସହ ଅବକାରୀ କର୍ମଚାରୀଙ୍କୁ ଧକ୍କା ଦେବାକୁ ଉଦ୍ୟମ କରିଥିଲା । ହେଲେ ଅବକାରୀ କର୍ମଚାରୀ କୌଶଳ କ୍ରମେ ଗାଡିକୁ କାବୁ କରି ଡ୍ରାଇଭରକୁ ଗିରଫ କିରଛନ୍ତି ।

{"id":149156,"width":579,"height":463}

ଗିରଫ ଅଭିଯୁକ୍ତ ରମାକାନ୍ତ ବେଉରା । ପୂର୍ବରୁ ରମାକାନ୍ତ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିଲେ । ତେବେ ଗୋଟିଏ ଗାଡି ପାର୍ କରି ଦେବାକୁ ୫ ହଜାର ଟଙ୍କା ମିଳୁଥିବା ସେ କହିଛନ୍ତି । ତେଣୁ ଏହି ଗଞେଇ ଚାଲାଣ ପଛରେ ଏକ ରାକେଟ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଯାଇଛି । ମାଷ୍ଟର ମାଇଣ୍ଡକୁ ଧରିବାକୁ ଉଦ୍ୟମ ଚଳାଇଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.