ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗରେ ମଶାଣୀରୁ ହାଡ ପାଉଁଶ ଜବତ କଲା ପୋଲିସ

Published By : Prameya-News7 Bureau | May 30, 2021 IST

ସାନଖେମୁଣ୍ଡି ୩୦/୦୫:  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ କୋଳିହଳା ଗ୍ରାମରେ ମଶାଣୀରୁ ଜଣେ ଯୁବକଙ୍କ ହାଡ ପାଉଁଶ ଜରଡା ପୋଲିସ ଜବତ କରିଛି। ମୃତକଙ୍କ ବାପା ଠାରୁ ଅଭିଯୋଗ ପାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। କୋଳିହଳା ଗ୍ରାମର ବୁଦ୍ଧିଆ ପ୍ରଧାନଙ୍କ ପୁଅ ରାମଚନ୍ଦ୍ରଙ୍କ ଗତ ରାତିରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କୁ ତୁରନ୍ତ ମଶାଣୀକୁ ନେଇ ସଂସ୍କାର କରାଯାଉଥିବା ନେଇ ଜଣେ ବ୍ୟକ୍ତି  ଜରଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଏହି ଗ୍ରାମରେ ପହଞ୍ଚି ରାମଚନ୍ଦ୍ରଙ୍କ ମୃତ୍ୟୁର କାରଣ ଅନୁଧ୍ୟାନ କରିବା ସହ ମଶାଣୀରୁ ହାଡ ପାଉଁଶ ଜବତ କରିଥିଲେ।

ତେବେ ରାମଚନ୍ଦ୍ରଙ୍କ ବାପା ପୁଅର ମୃତ୍ୟୁ ସମ୍ପର୍କରେ ପୋଲିସକୁ ଏକ ଏତଲା ଦେଇଥିଲେ। ଯାହାକି ରମେଶ ଆତ୍ମହତ୍ୟା କରିଥିବା ପଦାକୁ ଆସିଥିଲା। ଗତ ରାତିରେ ରମେଶ ଘରକୁ ଆସି ପୁଣି କେଉଁଆଡ଼େ ଚାଲିଯାଇ ଥିଲେ। ପରିବାର ଲୋକେ ଖୋଜା ଖୋଜି କରିବା ବେଳେ ସେ ନିଜ ଘର ପାଇଖାନା ନିକଟ ନଡ଼ିଆ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ତେବେ ସେ କାଳେ ବଞ୍ଚିଥିବ ଭାବି ଏକ ଧାନ କଟା ଦାଆ ସାହାଯ୍ୟରେ ଓହଳି ରହିଥିବା ରଶିଟି କାଟିଥଲେ। ତେବେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ତାଙ୍କୁ ଦାଣ୍ଡ ଦୁଆରେ ରଖିବା ସହ ସମ୍ପକୀୟ ମାନଙ୍କୁ ଖବର ଦେଇ ଥିଲେ।

ସଂପର୍କୀମାନେ ପହଂଚିବା ପରେ କରୋନା ଯୋଗୁଁ  କାହାକୁ ନ ଜଣାଇ ଦାହସଂସ୍କାର ପାଇଁ ମଶାଣୀକୁ ନେଇ ଅନ୍ତିମ ସଂସ୍କାର କରିଥିବା ତାଙ୍କ ବାପା ପୋଲସ କୁ ଲିଖିତ ଭାବେ ଜଣାଇ ଥିଲେ। ପୋଲିସ ରଶି, ଦାଆ, ସେ ପିନ୍ଧିଥିବା ପୋଷାକ ମଧ୍ୟ ଜବତ କରିଥିଲେ। ତେବେ ସେ କେଉଁ କାରଣରୁ ଏହିଭଳି ଉଦ୍ୟମ କଲେ ତାହା ତଦନ୍ତ ପରେ ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.