Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଉପରେ ମୁଢି ବସ୍ତା, ତଳେ ବସ୍ତା: ଚାଲିଥିଲା ମଦ ଚାଲାଣ, ୫୦୦ ଲିଟର ମଦ ସହ ୨ ଗିରଫ

21/06/2021 at 10:41 PM

ଭଦ୍ରକ ୨୧।୦୬:  ମଦ ଚାଲାଣର ନୂଆ ତରିକା। ଉପରେ ମୁଢି ବସ୍ତା ତଳେ ଦେଶୀ ମଦ ଚୋରା ଚାଲାଣ । ଏମିତି ଚୋରା ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୫୦୦ ଲିଟର ଦେଶୀ ମଦ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ମଦ ଚାଲାଣ ବେଳେ ଚଢ଼ାଉ କରିଛି ।

ଭଣ୍ଡାରିପୋଖରୀ ପୋଲିସ ସୂଚନା ପାଇ ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ ଏକ ଅଟୋକୁ ଅଟକାଇଥିଲା । ଅଟୋରେ ମୁଢି ଲୋଡ ହୋଇଥିବା ଦେଖିବା ସତ୍ତ୍ୱେ ସନ୍ଦେହ ହେବାରୁ ଗାଡିକୁ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ପରେ ମୁଢି ବ୍ୟାଗ ତଳେ ଦଶଟି ସିମେଣ୍ଟ ପ୍ଲାଷ୍ଟିକ୍ ବ୍ୟାଗ ମିଳିଥିଲା। ଆଉ ପ୍ରତ୍ୟେକ ବ୍ୟାଗ୍ରେ ପ୍ରାୟ ୫୦ ଲିଟର ଦେଶୀ ମଦ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା।ଏହି ଘଟଣାରେ ଅଭିଯୁକ୍ତ ଅଟୋ ଡ୍ରାଇଭର ବାବୁଲୁ ପାତ୍ର ଏବଂ ହେଲପର ସଞ୍ଜୟ ବେଶ୍ରାଙ୍କୁ ଗିରଫ କରିଛି ।  ଉଭୟ  ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବୋଲି ସୂଚନା ମିଳିଛି ।

   Related Posts