ଉପରେ ପରିବା ଭିତରେ ଗଞ୍ଜେଇ: ପୋଲିସ ଅଟକାଇବାରୁ ଖଣ୍ଡଗିରି ଛକରେ ଟ୍ରକ ଛାଡି ଦୌଡିଲା ଡ୍ରାଇଭର, ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | September 08, 2020 IST

ଭୁବନେଶ୍ଵର ୦୮।୦୯:  ପୋଲିସ ଡାଳରେ ଡାଳରେ ଯାଉଥିବା ବେଳେ ଅପରାଧୀ ପତରେ ପତରେ ଯାଉଛନ୍ତି। ଯେତେ ରେଡ୍‌ କି କାର୍ଯ୍ୟାନୁଷ୍ଠାନ ପରେ ବି ରାଜଧାନୀରେ ଗଞ୍ଜେଇ ଚୋରାଚାଲାଣ ଉପରେ ଲଗାମ ଲାଗି ପାରୁନାହିଁ। କାରବାର ପାଇଁ ଗଞ୍ଜେଇ ଚାଲାଣକାରୀ ନୂଆ ନୂଆ କୌଶଳ ବାହାର କରୁଛନ୍ତି। ଏହା ମଧ୍ୟରେ ମଙ୍ଗଳବାର ପୋଲିସ ଭୁବନେଶ୍ଵର ଖଣ୍ଡଗିରି ନିକଟରୁ ଏକ ପରିବା ଟ୍ରକରୁ ଗଞ୍ଜେଇ ଜବତ କରିଛି। ଗଞ୍ଜେଇର ପରିମାଣ ସାଢେ ୫ କ୍ଵିଣ୍ଟାଲ ରହିଛି।

ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା ଆପଣେଇଛନ୍ତି ବ୍ୟବସାୟୀ। ପରିବା ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ ଚାଲାଣ। ହେଲେ ତଲାସି ବେଳେ ଖଣ୍ଡଗିରି ଛକରେ ଟ୍ରକ ଛାଡି ଡ୍ରାଇଭର ଚମ୍ପଟ ମାରିଛି। DRIର ଏହି ଟ୍ରକରେ ପରିବା ଆସୁଥିବା ବେଳେ ଭିତରେ ଥିଲା ଗଞ୍ଜେଇ। ପୋଲିସ ଟ୍ରକର ତଲାସି କରି ସାଢେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଦକ୍ଷିଣ ଓଡିଶାରୁ ଏହି ଗଞ୍ଜେଇ ବିହାର ଚାଲାଣ ହେଉଥିଲା। ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷ ଟଙ୍କା ହୋଇଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.