ମାନୁ ନାହାନ୍ତି ଲକଡାଉନ, ଧୁମ ଚାଲିଛି ମଦ ବେପାର, ତିନି ଶହରୁ ଉର୍ଦ୍ଧ୍ୱ ଲିଟର ଜବତ କଲା ପୋଲିସ

Published By : Prameya-News7 Bureau | May 18, 2021 IST

ଚଣ୍ଡିଖୋଲ, ୧୮/୦୫: ଧର୍ମଶାଳା ଥାନା ସୁନ୍ଦୁରିଆ ପୋଲ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି I ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ବିଦେଶୀ ମଦ ଦୋକାନରୁ ଏକ ଅଟୋ OD 04 J 3308ରେ ବିପୁଳ ପରିମାଣର ମଦ ନେଇ ଯାଉଥିବା ବେଳେ ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ସଦଳ ବଳେ ଚଢ଼ାଉ କରିଥିବା ଜଣାପଡ଼ିଛି l

ଅଟୋଟିକୁ ସୁନ୍ଦୁରିଆ ପୋଲ ନିକଟରେ ପୋଲିସ ଧରିଥିଲେ I ଗାଡ଼ିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିବା ବେଳେ ଅଟୋ ଡ୍ରାଇଭରକୁ ପୋଲିସ କାବୁ କରିନେଇଥିଲା I ପାଖା ପାଖି ତିନି ଶହରୁ ଉର୍ଦ୍ଧ୍ୱ ଲିଟର ମଦ ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ହେବ ବୋଲି ଥାନାଧିକାରୀ ଜଣାଇଛନ୍ତି I

ତେବେ ଗିରଫ ହୋଇଥିବା ଅଟୋ ଡ୍ରାଇଭରର ନାମ ଅଭିନ ବୋଲି ଜଣାପଡିଛି I ଲକଡାଉନ ବେଳେ ଧର୍ମଶାଳା ଅଂଚଳରେ ବିପୁଳ ଚୋରା ମଦ ବିକ୍ରି କରାଯାଉଥିବା ଜଣାପଡ଼ିଛି I ଧର୍ମଶାଳା ଥାନା ମଦ ଜବତ କରି ଅଧିକ ତଦନ୍ତ ଜାରି ରଖିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.