ମୋରମ ଚୋରି ସମୟରେ ପୋଲିସ୍‌ର ଚଢ଼ାଉ, ଜବତ ହେଲା ଜେସିବି ଓ ଟ୍ରାକ୍ଟର

Published By : Prameya-News7 Bureau | March 06, 2021 IST

ଆନନ୍ଦପୁର, ୦୬/୦୩: ଘସିପୁରା ଅଞ୍ଚଳରେ ଦିନକୁ ଦିନ ଲଘୁଖଣିଜ ସମ୍ପଦ ଚୋରା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଛି । କିନ୍ତୁ କିଛି ଦିନ ଚୁପ୍‌ ବସିବା ପରେ ଶନିବାର ଆକ୍ସନ ମୋଡକୁ ଆସିଛି ପୋଲିସ୍ । ଘସିପୁରା ଥାନା ଶାଳପଡା ଅଞ୍ଚଳରେ ବେଆଇନ୍ ମୋରମ ଉତ୍ତଳନ ହେଉଥିବା ଖବରପାଇ ପୋଲିସ୍ ଟିମ୍ ଚଢାଉ କରିଥିବା ସୂଚନା ମିଳିଛି ।

ଚଢ଼ାଉ ବେଳେ ପୋଲିସ୍‌କୁ ଦେଖି ଚୋରି କାର୍ଯ୍ୟରେ ଲିପ୍ତଥିବା ଲୋକେ ଦୈଡ଼ି ପଳାଇ ଥିବା ବେଳେ ଖନନରେ ନିୟୋଜିତ ଜେସିବି ମେସିନ ସହ ୨ଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । ଶନିବାର ଓ ରବିବାର ଛୁଟିର ସୁଯୋଗନେଇ ମାଫିଆମାନେ ସପ୍ତାହର ଏହି ଦୁଇ ଦିନରେ ଚୋରା କାରବାର କରୁଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.