ଆନ୍ତଃଜିଲ୍ଲା ଚୋର ଦଳକୁ ଠାବ କଲା ପୋଲିସ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଜିନିଷ ଜବତ

Published By : Prameya-News7 Bureau | May 09, 2021 IST

ଝାରସୁଗୁଡା, ୦୯/୦୫: ଝାରସୁଗୁଡା ପୋଲିସକୁ ବଡ ସଫଳତା ମିଳିଛି । ଏକ ଆନ୍ତଃଜିଲ୍ଲା ଚୋରଦଳକୁ ଠାବ କରି ତାଙ୍କ ନିକଟରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଝାରସୁଗୁଡା ଜିଲ୍ଲା ପୋଲିସ ଜବତ କରିଥିବା ଜଣାପଡ଼ିଛି ।

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର, ବେଲପାହଦ, ଓରିଏଣ୍ଟ, କୋଲାବିରା ଓ ଲଇକେରା ଥାନା ଅଧୀନରେ ବିଗତ କିଛି ଦିନ ଭିତରେ ହୋଇଥିବା ଅନେକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଆଜି ଜିଲ୍ଲା ପୋଲିସ ପଡିଆରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସପି ଏହି ସୂଚନା ଦେବା ସହ ଉଦ୍ଧାର ସାମଗ୍ରୀ ସଂପର୍କରେ ଜଣାଇଥିଲେ ।

ଆନ୍ତଃ ଜିଲ୍ଲା ଚୋରଦଳର ମୁଖ୍ୟ ଆସାମୀ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳର ବାବୁ କାଙ୍ଗ ଓ ମହମ୍ମଦ ଇର୍ଫାନ ସହ ଅନ୍ୟ ଦୁଇ ଜଣକୁ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚୋରଦଳଙ୍କ ଠାରୁ ଗୋଟିଏ ଚୋରୀ ଟ୍ରକ, ଗୋଟିଏ ବୋଲେରୋ, ୩ଟି ବାଇକ ସମେତ ଏଲଇଡି ଟିଭି, ଗାଡି ଟାୟାର, ବ୍ୟାଟେରୀ, ଇନଭର୍ଟର, ମୋବାଇଲ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏହି ଚୋର ଗ୍ୟାଙ୍ଗର କେଉଁଝର, ଯାଜପୁର, ସୁନ୍ଦରଗଡ, ଢେଙ୍କାନାଳ ଆଦି ଜିଲ୍ଲାରେ ଚୋରୀ କାରବାର କରୁଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.