ଭୁବନରୁ ଚଣ୍ଡିଖୋଲ ଚାଲାଣ ହେଉଥିଲା ଗଞ୍ଜେଇ, ଛକରେ ଚେକ୍‌ କରୁଥିଲା ପୋଲିସ୍‌, ତାପରେ...

Published By : Prameya-News7 Bureau | October 26, 2021 IST

ଚଣ୍ଡିଖୋଲ, ୨୫।୧୦: ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଦ୍ୱାରା ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ୍ । ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳରୁ ଗଞ୍ଜେଇ ନେଇ ଚଣ୍ଡିଖୋଲକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିକୁ ବଡ଼ଚଣା ପୋଲିସ ଚଣ୍ଡିଖୋଲ ଛକରେ ଅଟକାଇବା ସହ ବ୍ୟକ୍ତିଙ୍କ ଠରୁ ଗଞ୍ଜେଇ ଜବତ କରିଛି ।

ଗିରଫ ଜଣକ ହେଲେ ଭୁବନ ଅଂଚଳର ରମେଶ ରାଜ ସାହୁ । ସେ ଗଞ୍ଜେଇ ନେଇ ଢେଙ୍କାନାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ତାଙ୍କ ନିକଟରୁ ୧୦ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ବଡ଼ଚଣା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.