ଅବକାରୀ ଚଢ଼ାଉ, ଚୋରା ଦେଶୀ ମଦ ସହିତ ମହିଳା ଗିରଫ

Published By : Prameya-News7 Bureau | March 04, 2021 IST

ରାଇରଙ୍ଗପୁର,୦୪/୦୩: ଦିନକୁ ଦିନ ରାଜ୍ୟରେ ଚୋରା ମଦ କାରବାର ବଢ଼ି ବଢ଼ି ଚାଲିଛି । ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ମାତ୍ରାରେ ଚୋରା ମଦ ଜବତ କରିବା ସହିତ ଏଥିରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ୁଛି ।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପିଠାକୁଟୁଣୀ ଓ ଅସନବଣୀ ଗ୍ରାମରେ ଏପରି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ରାଇରଙ୍ଗପୁରର ଅବକାରୀ ବିଭାଗ ଚଢ଼ାଉ କରି ୨୭ ଲିଟର ମଦ ଜବତ କରିବା ସହିତ କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି ।

ଏହି ଦୁଇ ଗ୍ରାମରେ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗର ଘନଘନ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ବ୍ୟାପକ ଦେଶୀ ମଦ ଜବତ କରାଯିବା ସହିତ ପ୍ରାୟ ୨୨୦୦ ମହୁଲ ପଚ ଅବକାରୀ ବିଭାଗ ନଷ୍ଟ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.