ଜବତ ହେଲା ୩.୫ ଲକ୍ଷ ଟଙ୍କାର ଧଳା ଜହର, ଜଣେ ଗିରଫ

Published By : Prameya-News7 Bureau | April 26, 2021 IST

ଭଦ୍ରକ, ୨୬/୦୪: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଧଳା ଜହରର କାରବାର । ବାହାର ରାଜ୍ୟରୁ ଲମ୍ୱିଛି ଚେର । ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଭଦ୍ରକ ସହରାଞ୍ଚଳ ଚାରିଘାରିଆ ନିକଟରେ ପେଟ୍ରୋଲିଙ୍ଗ ସମୟରେ ବ୍ରାଉନ ସୁଗାର ସହ ଜଣେ ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଟାଉନ ଥାନା ଅଧିନସ୍ଥ ମଣିସାହିର ପ୍ରଦୀପ କୁମାର ଦାସ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଠାରୁ ୩୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ହେବ ବୋଲି ଅଧିକାରୀ ସ୍ପନ୍ଦନ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.