୨୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ, ୨ ମହିଳାଙ୍କ ସମେତ ୪ ଗିରଫ

Published By : Prameya-News7 Bureau | April 28, 2021 IST

ଭଦ୍ରକ, ୨୮/୦୪: ଭଦ୍ରକରେ ଦିନକୁ ଦିନ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ପୁଣିଥରେ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି । ଏଥିରେ ଜଡ଼ିତ ଥିବା ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ନିକଟସ୍ଥ ଧାମରା ବ୍ରିଜ ତଳେ ତଲାସି ଚାଲିଥିବା ବେଳେ ୨୬୫ ଗ୍ରାମ ବ୍ରାଉନସୁଗାର ପୋଲିସ୍‌ ଜବତ କରିଥିଲା ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ୨ ଜଣ ମହିଳା ଅଛନ୍ତି । ତେବେ ଗତକାଲି କୌଣସି ସୁତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ ଚରମ୍ପା ନିକଟସ୍ଥ ଜାତୀୟ ରାଜପଥର ଧାମରା ବ୍ରିଜଠାରେ ଛକି ରହିଥିଲେ । ଏକ ନମ୍ବର ବିହୀନ ବାଇକରେ ଆସୁଥିବା ୨ ଯୁବକଙ୍କୁ ଅଟକାଇ ଯାଞ୍ଚ ବେଳେ ସେମାନଙ୍କ ଠାରୁ ବ୍ରାଉନସୁଗାର ଜବତ କରିଥିଲା ପୋଲିସ । ପରେ ଅଧିକ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ମହିଳା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.