ମହିଳାଙ୍କ ଛାତି ଉପରେ ବସି ପଡିଲେ ପୋଲିସ ବାବୁ, ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଜୋର୍

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ, ୧୯/୦୭ : ମହିଳାଙ୍କ ଛାତିରେ ବସିପଡିଲେ ପୋଲିସ ବାବୁ । ଭାଇରାଲ ହେଲା ଭିଡିଓ । ମହିଳାଙ୍କ ସହ ମୁହାଁମୁହିଁ ହେବା ପରେ ପୋଲିସ ବାବୁ ଜଣଙ୍କ ତାଙ୍କ ଉପରେ ବସି ପଡିଥିଲେ । ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି 

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ପୋଲିସ ବାବୁଜଣଙ୍କ ମହିଳାଙ୍କ ସହ ଯୁକ୍ତିତର୍କ କରୁଛନ୍ତି । କାରଣ ସ୍ଥାନୀୟ ଦୁର୍ଗଦାସପୁରର ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଫାଣ୍ଡି ଅଧିକାରୀ ୪ ପୁରୁଷ କନଷ୍ଟେବଳଙ୍କୁ ଧରି ଯାଇଥିଲେ । ସାଙ୍ଗରେ କୌଣସି ମହିଳା ଅଧିକାରୀ ନଥିଲେ । ପୋଲିସ ବାବୁଜଣଙ୍କ ଗାଁରେ ପହଁଚିବା ପରେ ଶିବମନାମକ ଜଣେ ଯୁବକଙ୍କୁ ଅଭିଯୁକ୍ତଙ୍କ ବାବଦରେ ପ୍ରଶ୍ନ କରିଥିଲେ । ଏହାପରେ ଶିବମଙ୍କ ଘର ଲୋକେ ଓ ପୋଲିସ କର୍ମୀ ମୁହାଁମୁହିଁ ହୋଇଥିଲେ ।

ପରିସ୍ଥିତି ଶାନ୍ତ କରିବା ପାଇଁ ଶିବମଙ୍କ ଜଣେ ସମ୍ପର୍କୀୟା ମହିଳା ଆସିଥିଲେ । କିନ୍ତୁ ପୋଲିସ ବାବୁ ତାଙ୍କୁ ମାରିବାକୁ ଗୋଡାଇଥିଲେ । ଏହା ଦେଖି ମହିଳାଙ୍କ ବୋହୂ ଆରତୀ ପୋଲିସ ବାବୁଙ୍କୁ ଅଟକାଇଥିଲେ । କିନ୍ତୁ ଫାଣ୍ଡି ଅଧିକାରୀ ଆରତୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଉଭୟେ ତଳେ ପଡିଯାଇଥିଲେ । ଏହି ଘଟଣାର ଭିଡିଓ କରୁଥିଲେ ୨ କନଷ୍ଟେବଳ । ଏହା ଦେଖି ଅନ୍ୟ ଜଣେ ମହିଳା ସେଠାରେ ପହଁଚି ନିଜ ପୋଷାକ ଚିରି ଦେଇଥିଲେ । ଏବେ ଭିଡିଓ କର ବୋଲି ପାଟିକରି କହିଥିଲେ । ଗୋଟିଏ ଭିଡିଓରେ ମହିଳାଙ୍କୁ ପୋଲିସ ବାବୁ ଅସଦାଚରଣ କରୁଥିବା ଦେଖିବାକୁ ମିଳିଥିବା ବେଳେ ଆଉ ଏକ ଭିଡିଓରେ ପୋଲିସ ବାବୁଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି ।

{"id":482706,"sizeSlug":"large","linkDestination":"none"}

ଶିବମଙ୍କ ଘର ଲୋକେ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ କାନପୁର ଦେହାତର ଏସଏସପି କେଶବ ଚୌଧରୀ କହିଛନ୍ତି ଯେ, ପୋଲିସ ଜଣଙ୍କୁ ଗିରଫ କରିବାକୁ ଯାଇଥିଲା । କିନ୍ତୁ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ହୋଇଥିଲା । ତେବେ ଭାଇରାଲ ହୋଇଥିବା ଭିଡ଼ିଓର ତଦନ୍ତ ହେବ ବୋଲି ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.