Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କଳ୍ପନା ମର୍ଡର ମିଷ୍ଟ୍ରି ; କୁଆଡେ ଗଲା ବୋଲେରୋ, କେଉଁଠି ଲୁହା ରଡ଼ ?

16/02/2020 at 11:36 AM

ଝାରସୁଗୁଡା ୧୬।୦୨:  ଛତିଶଗଡ଼ରେ ୨୦୧୬ହୋଇଥିବା ଡବଲ ମର୍ଡର ଘଟଣାର ସବୁ ଲିଙ୍କ ଯୋଡିବାକୁ ଚେଷ୍ଟା କରୁଛି ପୋଲିସ । ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରକୁ ଛତିଶଗଡ ପୋଲିସ ଗିରଫ କରିଛି । ତେବେ  ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ଛତିଶଗଡ଼ ର ଏକ ପୋଲିସ ଟିମ ଓଡିଶା ଆସି ତଦନ୍ତ କରିବା ସହ ଏହି ହତ୍ୟାକାଣ୍ଡ ରେ ଅଧିକ ବ୍ୟକ୍ତିଙ୍କ ସାମିଲ ହୋଇଥିବା ସନ୍ଦେହ କରୁଛି।

ଗତ ୨୦୧୬ ମସିହା ମେ ମାସରେ କଳ୍ପନା ଦାଶ ଓ ଝିଅ ବବଲି କୁ ଅତି ଜଘନ୍ୟ ଭାବେ ଲୁହାରଡ ରେ ପିଟି ପିଟି ହତ୍ୟା କରି ରାସ୍ତାରେ ପକାଇ ବୋଲେରୋ ଚଢାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ ଜେରା ସମୟରେ ପୂର୍ବତନ ବିଧାୟକ ଅନୁପ ସାଏ ସ୍ୱୀକାର କରିଥିବା ରାୟଗଡ ଏସପି ସୂଚନା ଦେଇଛନ୍ତି  । ଗତ ବୁଧବାର ରାତିରେ ଅନୁପଙ୍କୁ ବ୍ରଜରାଜନଗର ନିକଟସ୍ଥ ସାଇ ମନ୍ଦିରରୁ ଛତିଶଗଡ଼ ପୋଲିସ ଉଠାଇ ନେବା ପରେ ଶୁକ୍ରବାର ଗିରଫ କରିଥିଲା।

ଛତିଶଗଡ଼ ପୋଲିସ ଅନୁପଙ୍କ ଠାରୁ ପାଇଥିବା ସୂଚନା ଆଧାରରେ ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇ ଥିବା ବେଳେ ବଘରାଚକାରେ ଘରୁ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ କୁ ଉଠାଇ ନେଇ ଜେରା କରିବା ସହ ଗିରଫ କରିଛି। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅନୁପଙ୍କୁ ରିମାଣ୍ଡରେ ଆଣାଯିବା ସହ ତାଙ୍କର ନାର୍କୋ ଟେଷ୍ଟ କରାଇବାକୁ କୋର୍ଟରେ ଆବେଦନ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଥିବା ରାୟଗଡ ର ଅତିରିକ୍ତ ଏସପି କହିଛନ୍ତି।

   Related Posts