ବେଗୁନିଆ ଗୋଜମୁଣ୍ଡିଆ ପାହାଡରେ ମାଓବାଦୀଙ୍କ ଆଡ୍ଡା ଥିବା ସନ୍ଦେହ ; ଦେଉଳି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ

Published By : Prameya-News7 Bureau | November 09, 2018 IST

ଖୋର୍ଦ୍ଧା ୯|୧୧: ଖୋର୍ଦ୍ଧା ବେଗୁନିଆ ଦେଉଳି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ବେଗୁନିଆ ଦେଉଳି ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ଼ା ଜମାଇଥିବା ସହ ଦୁଇ ମାସ ହେଲା ଏଠାରେ ଚଳପ୍ରଚଳ କରୁଥିବା ନେଇ ଚର୍ଚ୍ଚା ଚାଲିଛି । ଠିକ୍ ଏମିତି ଏକ ସମୟରେ ଗତାକାଲି ସ୍ଥାନୀୟ ଲୋକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ଯୁବକକୁ କାବୁ କରି ପୁଲିସକୁ ଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।ସେପଟେ ଏସଓଜି ଜବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଜଙ୍ଗଲରୁ କିଛି ସାମଗ୍ରୀ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.