କନିକା କପୁରଙ୍କ ବନ୍ଧୁଙ୍କୁ ଖୋଜୁଛି ପୋଲିସ : କନିକାଙ୍କ ସହ ପାର୍ଟିରେ ସାମିଲ ହୋଇଥିଲେ, ଏବେ ଫେରାର

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୦୩ : ବଲିଉଡ ଗାୟିକା କନିକା କପୁର କରୋନା ସଂକ୍ରମିତ ହେବା ପରେ ଆଇସୋଲେସନରେ ଅଛନ୍ତି | ସେ ପ୍ରଥମ ଭାରତୀୟ ସେଲିବ୍ରିଟି ଯିଏ କରୋନାରେ ଆକ୍ରାନ୍ତ | ସେ କରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ସ୍ପଷ୍ଟ ହୋଇଥିଲା | ଲଣ୍ଡନରୁ ଫେରିବା ପରେ ସେ ୩ଟି ପାର୍ଟିରେ ସାମିଲ ହୋଇଥିଲେ | ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଯାଞ୍ଚ କରାଯାଇଛି | କିନ୍ତୁ କନିକାଙ୍କ ଜଣେ ବ୍ୟବସାୟୀ ବନ୍ଧୁ ଫେରାର ଅଛନ୍ତି | କନିକାଙ୍କ ବନ୍ଧୁ ଓଜସ ଦେଶାଇଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି | ଓଜସ ଦେଶାଇ କନିକାଙ୍କ ସହ ଲକ୍ଷ୍ନୌର ତାଜ ହୋଟେଲରେ ଥିଲେ | ସେ ମାର୍ଚ୍ଚ ୧୬ ତାରିଖରେ ସହର ଛାଡିଥିଲେ | ପୋଲିସ ୨୬୦ ଜଣଙ୍କୁ ଟ୍ରାକ କରିଛି ଯେଉଁମାନେ କନିକାଙ୍କ ସଂସ୍ପର୍ଶରେ ଆସିଥିଲେ | 

ଡାକ୍ତର ନରେନ୍ଦ୍ର ଅଗ୍ରୱାଲ କହିଛନ୍ତି, ଓଜସ ଦେଶାଇକୁ ଟ୍ରାକ କରିବା ପାଇଁ ପୋଲିସ ଉଦ୍ୟମ କରୁଛି | କିନ୍ତୁ ତାଙ୍କ ପାଖରେ ଦେଶାଇଙ୍କ ମୁମ୍ବାଇ ସ୍ଥିତ ଠିକଣା ନାହିଁ | ଯେହେତୁ କନିକା ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି ତାଙ୍କୁ ବର୍ତ୍ତମାନ ପଚରାଉଚୁରା କରାଯାଇପାରିବ ନାହିଁ | ସେଥିପାଇଁ ଦେଶାଇକୁ ଖୋଜିବାରେ ଅସୁବିଧା ହେଉଛି |

କନିକା ଲକ୍ଷ୍ନୌର ତାଜ ହୋଟେଲରେ ପାର୍ଟି କରିଥିଲେ | ହୋଟେଲର ୧୧ ଜଣ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ହୋଟେଲକୁ ବନ୍ଦ କରିଦିଆଯାଇଛି | କନିକାଙ୍କ ଆଉଥରେ କରୋନା ପରୀକ୍ଷା କରାଯାଇଛି | ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ରବିବାର ଦିନ ପୁଣିଥରେ କନିକାଙ୍କ କରୋନା ଯାଞ୍ଚ କରାଯାଇଥିଲା | ତାଙ୍କ ରିପୋର୍ଟ ପଜିଟିଭ ଆସିଛି | କିନ୍ତୁ ହସ୍ପିଟାଲର ଡାକ୍ତର କହିଛନ୍ତି କନିକା ବର୍ତ୍ତମାନ ଭଲ ଅଛନ୍ତି କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କ ରିପୋର୍ଟ ନେଗେଟିଭ ନ ଆସେ ସେପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.