ଏସିଏଫଓ ମୃତ୍ୟୁ ମାମଲା, ବଲାଙ୍ଗୀର ହଷ୍ଟେଲ୍‌ ତନାଘନା ପରେ ବିଦ୍ୟାଭାରତୀ ରହୁଥିବା ରୂମ ନମ୍ବର ୧କୁ ସିଲ୍‌ କଲା ପୋଲିସ, ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

Published By : Prameya-News7 Bureau | July 25, 2021 IST

ବଲାଙ୍ଗୀର, ୨୫/୦୭: ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ ଆଜି ଖୋଳତାଡ଼ କରିଛି । ଏସିଏଫ ସୋମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଛାନଭିନ ପାଇଁ ଆଜି ବଲାଂଗୀର ପହଁଚିଥିଲା ସ୍ୱତନ୍ତ୍ର ଟିମ। ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଟିମ ପହଂଚି ତଦନ୍ତ କରିଛି । ତେବେ ବିଦ୍ୟା ଭାରତୀ ପଣ୍ଡା ୨୦୧୯ ମସିହାରେ ତାଲିମ କେନ୍ଦ୍ରରେ ନାମ ଲେଖାଇ ପାଠ ପଢା ଆରମ୍ଭ ଠାରୁ ମିଡ ଟର୍ମ ପରିକ୍ଷା ଦେବାକୁ ଆସି ପୁଣି ଫେରିବା ପର୍ଯ୍ୟନ୍ତ ସମସ୍ତ ଘଟଣାର ଟିକିନିକି ଜାଞ୍ଚ କରିବା ସହ ସମସ୍ତ ଭିଡିଓ ଓ ଓଡିଓ ରେକର୍ଡ କରି ନେଇଛି ପୋଲିସ।

ସେପଟେ ବିଦ୍ୟଭାରତୀ ରହୁଥିବା ରୂମ ନମ୍ବର ୧କୁ ସିଲ କରିବା ସହ ବହୁ ଗୁଡାଏ କାଗଜପତ୍ର ସହ ଫଟୋ ତଥ୍ୟ ନେଇଛି ପୋଲିସ। ଆଜି ୪ ଘଣ୍ଟା ଧରି ତଦନ୍ତ ପରେ ଠୋସ ସବୁତ ମିଳିଥିବା କହିଛନ୍ତି ଆଇଆଇସି ପାରଳାଖେମୁଣ୍ଡି । ଏହି ମାମଲାର ତଦନ୍ତ କରିବାକୁ ଆସି ଗୁଡାଏ ପ୍ରଶ୍ନର ଉତ୍ତର ଖୋଜି ନେଇଛି ପାରଳାଖେମୁଣ୍ଡି ପୋଲିସ। ଆଜି ସକାଳ ୮.୩୦ ମିନିଟରେ ପ୍ରଥମେ ଟାଉନ ଥାନାରେ ଅଧ ଘଣ୍ଟା ଟାଉନ ଥାନା ଆଇଆଇସିଙ୍କ ସହ ଆଲୋଚନା ପରେ ବଲାଙ୍ଗୀର ପ୍ରାଣିଧନ ନିରିକ୍ଷକ ତାଲିମ କେନ୍ଦ୍ରକୁ ଯାଇ ଦିନ ୧୦ ଟା ୨୦ ମିନିଟରୁ ଡେପୁଟି ଡାଇରେକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରା ଉଚୁରା ଆରମ୍ଭ କରିଥିଲେ। ତାଙ୍କ ସହ ତାଙ୍କ କ୍ଲାର୍କ ଓ ପିଅନକୁ ମଧ୍ୟ ପଚରାଉଚୁରା କରିଥିଲା ତଦନ୍ତ କାରି ଟିମ।

ତେବେ ବିଭିନ୍ନ ପ୍ରକାର କାଗଜ ପତ୍ର ଯାହା ବିଦ୍ୟାଭାରତୀଙ୍କ ଉପରେ ଆସୁଥିବା ସଂଦେହକୁ ନେଇ ତଥ୍ୟ ସହ ତିନିଜଣଙ୍କ ଓଡିଓ ଓ ଭିଡିଓ ରେକର୍ଡ ନେଇ ଫେରିଛି ଟିମ। ବିଦ୍ୟା ଭାରାତୀ ଆସିଥିବା କାରର ଡ୍ରାଇଭର ତାଙ୍କ କଥା ପୋଲିସ ଆଗରେ ଜଣାଇଥିବା ବେଳେ ସେଦିନ ଏକା ଆସିଥିଲେ ନା ଆଉ କିଏ ଥିଲେ ତାହା ଆହୁରି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଇଆଇସି କହିବା ସହ ସମସ୍ତ ପ୍ରକାର ତଥ୍ୟ ସେ ବଲାଙ୍ଗୀରରୁ ନେଇକି ଯାଇଥିବା କହିଛନ୍ତି।

ସେପଟେ ବିଦ୍ୟା ଭାରତୀ ୨୦୧୯ ମସିହାରେ ପ୍ରାଣିଧନ ନିରିକ୍ଷକ ତାଲିମ କେନ୍ଦ୍ରରେ ନାମ ଲେଖାଇଥିବା ବେଳେ ୨୦୨୦ ମସିହାରେ କରୋନାରେ ତାଲିମ କେନ୍ଦ୍ର ବନ୍ଦ ହେବା ପରେ ମାର୍ଚ୍ଚ ମାସରେ ଘରକୁ ଫେରି ଯାଇଥିଲେ । ଏହି ସମୟରେ ସେ ବିବାହ କରିଥିଲେ । ପରେ ୨୦୨୧ ଏପ୍ରିଲ ୩ ତାରିଖରେ ମିଡଟର୍ମ ପରିକ୍ଷା ଦେବାକୁ ଅଫଲାଇନରେ ବଲାଙ୍ଗୀର ତାଲିମ କେନ୍ଦ୍ରକୁ ଫେରିଥିଲେ ଓ ହଷ୍ଟେଲରେ ସେଠାରେ ରହିଥିଲେ।

ତେବେ ସେଦିନ ଡ୍ରାଇଭର ସହ ଏକା ଆସିଥିବା କହିଥିଲେ ବିଦ୍ୟା ଭାରତୀ। ଯାହା ଡ୍ରାଇଭର ମଧ୍ୟ ତାଙ୍କ ମତ ପୋଲିସ ଆଗରେ ରଖିଥିବା କହିଛନ୍ତି ଆଇଆଇସି। ତାଙ୍କର ଏଠାକୁ ଆସିବା ଠାରୁ ଯିବା ପର୍ଯ୍ୟନ୍ତ କାହାକହା ସହ କଥା ବାର୍ତ୍ତା ହୋଇଥିଲେ। ତାଙ୍କ ରୂମରେ ରହୁଥିବା ସହପାଠୀ କିଏ କିଏ ଥିଲେ। ସେମାନଙ୍କ ସହ କଣ କଥା ହୋଇଥିଲେ। ପରୀକ୍ଷା ସମୟରେ କଉଠିକୁ ଯାଇଥିଲେ ନା ନାହିଁ। ଏଭଳି ଗୁଡାଏ ପ୍ରଶ୍ନର ଉତ୍ତର ବାହାର କରିବା ପାଇଁ ସମସ୍ତ ପ୍ରକାର ତଥ୍ୟ ନେଇଛି ପାରଳାଖେମୁଣ୍ଡି ପୋଲିସ। ସେପଟେ ତାଲିମ କେନ୍ଦ୍ରରେ ଥିବା କ୍ଲର୍କ ଓ ପିଅନକୁ ମଧ୍ୟ ସ୍ବତନ୍ତ ଭାବରେ ପଚରା ଉଚୁରା କରି ସମସ୍ତ ପ୍ରକାର ତଥ୍ୟ ସେମାନଙ୍କ ଠାରୁ ନେଇଥିବା କହିଛନ୍ତି କର୍ମଚାରୀ।

୪ ଘଣ୍ଟା ର ପଚରାଉଚୁରା ସହ ତଦନ୍ତ ରେ ଢେର ସବୁତ ଲାଗିଛି ପୋଲିସ ହାତରେ । ତେବେ ବର୍ତ୍ତମାନ ପୋଲିସ ତଦନ୍ତ ସହ ଛାନଭିନ ପରେ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ଲିଙ୍କ ରହିଛି ନା ନାହିଁ ଏ ଦିଗରେ ବଲାଙ୍ଗୀର ଲିଙ୍କରୁ କିଛି ତଥ୍ୟ ମିଳୁଛି ନା ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.