Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଫିଙ୍ଗା ହୋଇଥିବା ମାସ୍କରେ ତିଆରି ହେଉଛି ଶୋଇବା ଶେଜ, ଲୋକଙ୍କ ଏମିତି କାରନାମା ଦେଖି ପୋଲିସ୍‌ ତାଜୁବ୍‌

12/04/2021 at 5:19 PM

ମୁମ୍ୱାଇ, ୧୨/୦୪: ଦେଶରେ କରୋନାର ମାତ୍ରା କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଲୋକଙ୍କ ଅଜବ୍‌ କାର୍‌ନାମା ଏବେ ସାମ୍ନାକୁ ଆସିଛି । ସୂଚନା ମିଳିବା ପରେ ପ୍ରଶାସନ ସେ ସ୍ଥାନକୁ ଯାଇଥିଲେ । ହେଲେ ଘଟଣା ଦେଖି ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି ।

ଘଟଣା ମୁତାବକ, ଜଲ୍‌ଗାଓଁରେ ଶୋଇବା ଗଦିରେ ତୁଳା ବଦଳରେ ବ୍ୟବହୃତ ହୋଇଥିବା ମାସ୍କକୁ ଭର୍ତି କରାଯାଉଛି ।  କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏଥିପାଇଁ ସବଧାନତା ଅବଲମ୍ବନ କରୁଛନ୍ତି । ହେଲେ ଗଦି ଭିତରେ ମାସ୍କ ଭର୍ତି କରିବା କେତେ ଘାତକ ହୋଇପାରେ ତାହା କହିବା ମୁସ୍କିଲ୍‌ ହୋବ ।

ଜଲଗାଓଁର ଲୋକଙ୍କର ଏପରି ବୋକାମୀ କାମର ଖବର ଏମ୍‌ଆଇଡିସି ପୋଲିସ୍‌ ଥାନା ପାଖରେ ଥିବା ଗଦି ସେଣ୍ଟରରେ ଦେଖିବାକୁ ମିଳିଛି । ଏହି ଖବର ଶୁଣି ପୋଲିସ୍‌ ପ୍ରଶାସନ ମଧ୍ୟ ହଇରାଣରେ ପଡ଼ିଯାଇଛି । ପୋଲିସ୍‌ ଫୋର୍ସ ସହିତ ଗଦି ସେଣ୍ଟରରେ ପହଞ୍ଚିଥିଲା ପୋଲିସ୍‌ । ହେଲେ ସେଠାରେ ମାସ୍କ ଭର୍ତି କରାଯାଉଥିବା କାର୍ଯ୍ୟ ଦେଖି ଏହି ସେଣ୍ଟରକୁ ସିଲ୍‌ କରିବା ସହିତ କାରଖାନା ମାଲିକଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।

   Related Posts