ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପୋଲିସର ବଡ ଖୁଲାସା : ପ୍ରଥମ ଉଦ୍ୟମରେ ବିଫଳ ହେବାପରେ ଦ୍ୱିତୀୟଥର ଲଗାଇଥିଲେ ଫାସୀ !

Published By : Prameya-News7 Bureau | June 27, 2020 IST

ମୁମ୍ବାଇ ୨୭/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସବୁଆଡେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛି | ସୁଶାନ୍ତ ସିଂହଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଦର୍ଶାଯାଇଛି | କିନ୍ତୁ ପୋଲିସ ଯାଞ୍ଚରେ ଅନେକ ତଥ୍ୟ ସାମ୍ନାକୁ ଆସିଛି |  

ସୂତ୍ର ଅନୁଯାୟୀ, ସୁଶାନ୍ତ ସିଂହ ଯେଉଁ କୋଠରୀରେ ଆତ୍ମହତ୍ୟା କରିଥିଲେ ସେଠାରେ ବାଥରୋଵର ଟୁକୁଡା ମିଳିଛି | ପୋଲିସ ସନ୍ଦେହ କରୁଛି ଯେ ସୁଶାନ୍ତ ସିଂହ ପ୍ରଥମେ ଆତ୍ମହତ୍ୟା ଚେଷ୍ଟା କରି ବିଫଳ ହୋଇଥିଲେ | ପୋଲିସ ସନ୍ଦେହ କରୁଛି ଯେ ସୁଶାନ୍ତ ପ୍ରଥମେ ବାଥରୁମରୁ ବାଥରୋଵ ଆଣି ସେଥିରେ ଫାସୀ ଲଗାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ଛିଣ୍ଡି ଯାଇଥିଲା | ଫଳରେ ସେ ପ୍ରଥମେ ଆତ୍ମହତ୍ୟା କରିବାରେ ବିଫଳ ହୋଇଥିଲେ |

ସୁଶାନ୍ତ ସିଂହଙ୍କ ଆଲମାରୀର ଲୁଗାପଟା ମଧ୍ୟ ଏପଟସେପଟ ହୋଇଥିଲା | ସେଥିପାଇଁ ପୋଲିସ ସନ୍ଦେହ କରୁଛି ବାଥରୋଵ ଛିଣ୍ଡି ଯିବାପରେ ସେ ନିଜ ଆଲମାରୀରୁ ନିଜର ସବୁଜ ରଙ୍ଗର କୁର୍ତ୍ତା ବାହାର କରି ସେଥିରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ପୋଲିସ କହିଛି ଯେ ଯେତେବେଳେ ସେ ସୁଶାନ୍ତ ସିଂହଙ୍କ ଘରେ ପହଞ୍ଚିଥିଲା ସେତେବେଳେ ସୁଶାନ୍ତ ସିଂହଙ୍କ ଭଉଣୀ ଏବଂ ତାଙ୍କ ଘରେ ଥିବା ଅନ୍ୟମାନେ ସେହି ସବୁଜ କୁର୍ତ୍ତାକୁ କାଟି ସୁଶାନ୍ତଙ୍କ ମୃତଦେହକୁ ଓହ୍ଲାଇ ଦେଇଥିଲେ | ପୋଲିସ ସେହି ସବୁଜ କୁର୍ତ୍ତାକୁ ଫରେନସିକ ଲ୍ୟାବକୁ ପଠାଇଛି ଯେପରିକି ଏହା ସ୍ପଷ୍ଟ ହୋଇପାରିବ ଯେ କୁର୍ତ୍ତା ଜଣେ ବ୍ୟକ୍ତିଙ୍କ ଓଜନ ବହନ କରିବାକୁ ସକ୍ଷମ ନା ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.