କୃଷ୍ଣଚନ୍ଦ୍ର ପୋଡି ଘଟଣାରେ ଭିନ୍ନ ମୋଡ, ପ୍ରେମରେ ଭାବପ୍ରବଣ ହୋଇ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି କୃଷ୍ଣ

Published By : Prameya-News7 Bureau | October 08, 2019 IST

ଜଗତସିଂହପୁର ୮।୧୦: କୃଷ୍ଣଚନ୍ଦ୍ର ଚମ୍ପତିରାୟ ପୋଡି ଘଟଣାରେ ଭିନ୍ନ ମୋଡ ଆସିଛି । କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହୋଇଛି । ତେବେ ସେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି । ପ୍ରେମରେ ଭାବପ୍ରବଣ ହୋଇ କୃଷ୍ଣ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବାର ପୋଲିସ ସୂଚନା ଦେଇଛି ।

କୃଷ୍ଣ ଏବଂ ମଧୁ ଓରଫ ଶ୍ରାବଣୀ ମହାନ୍ତିଙ୍କ ସହ ଫେସ୍ ବୁକରୁ ସମ୍ପର୍କ ଆରମ୍ଭ ହୋଇଥିଲା । ମଧୁଙ୍କ ଗାଁରେ ଥିବା କନକେଶୋର ମନ୍ଦିରରେ ପୂଜା କରିବା ବାହାନାରେ ୬ ମାସ ତଳେ ମଧୁଙ୍କ ଘରକୁ ଆସିଥିଲା କୃଷ୍ଣ । କୃଷ୍ଣ ମଧୁଙ୍କୁ ତାଙ୍କ ସହ ଘର ଛାଡି ଚାଲିଆସିବାକୁ ବାଧ୍ୟ କରୁଥିଲା । ବାରମ୍ବାର ଫୋନ୍ କରୁଥିଲା । କୃଷ୍ଣ ସେଦିନ ମଧୁଙ୍କୁ ତାଙ୍କ ବାପଘରକୁ ଆସିବାକୁ ମଧ୍ୟ ବାଧ୍ୟ କରିଥିଲା । ସେ ନିଜେ ହିଁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସୂଚନା ଦେଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ ।

ସୂଚନାଯୋଗ୍ୟ ଯେ, ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା । ସେ ରହୁଥିବା କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନାରେ ରଖି ଜେରା କରୁଥିବାର ସୂଚନା ମିଳିଥିଲା । ଏଥି ସହିତ ପୋଲିସ ଗତକାଲି ରାତିରେ ମଧୁଙ୍କର ଦୁଇ ଭଉଣୀଙ୍କ ସହ ତାଙ୍କ ବାପାଙ୍କୁ ଜଗତସିଂହପୁର ସଦର ଥାନାକୁ ଆଣି ଅଟକ ରଖିବା ସହ ଜେରା ମଧ୍ୟ କରୁଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.