Saturday, March 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ ଖୁଲାସା କଲା ଶାଶୁ-ବୋହୂଙ୍କ ମର୍ଡ଼ର ମିଷ୍ଟ୍ରି, ନିଜେ ଶଶ୍ଵର ଥିଲା ହତ୍ୟାକାରୀ

ଉଦ୍ଧାମସିଂନଗର  ୧୧/୧- ଉତ୍ତରାଂଚଳ ଉଦ୍ଧାମସିଂ ନଗରରେ ଘଟିଥିବା ବହୁ ଚର୍ଚ୍ଚିତ ଡ଼ବଲ ମର୍ଡ଼ର ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ । ଏହି ହତ୍ୟାକାଣ୍ଡର ଖୋଦ୍ ଶଶ୍ଵର ହତ୍ୟାକାରୀ ବୋଲି ପୋଲିସ ସୁରାକପାଇ କରିଛି ଗିରଫ ।

ଉଦ୍ଧାମସିଂନଗରରେ  ଡ଼ିସେମ୍ବର ୨୭ ତାରିଖ ସଂଧ୍ୟା ୭.୩୦ରେ ଘଟିଥିଲା ଡ଼ବଲ ମର୍ଡ଼ର । ଏହି ଘଟଣାର କିଛି ଟେର୍ ପାଉ ନଥିଲା ପୋଲିସ । ଘଟଣା ଅନୁଧ୍ୟାନ କରିବା ସହ ବିଭିନ୍ନ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ବି କିଛି ସନ୍ଧାନ ପାଇନଥିଲା ପୋଲିସ । ଏହି ବାବଦରେ ପୋଲିସ ମଧ୍ୟ ଅପରାଧୀକୁ ଧରିବାପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା ।

ଶେଷରେ ଏହି ଘଟଣାରେ ପୋଲିସ ଶଶ୍ଵର ଅବତାର ସିଂକୁ  ଗିରଫ କରିଥିଲା ।

ଘଟଣା ଥିଲା ଏହିପରି, ଅବତାର ସିଂ ଡ଼ିସେମ୍ବର ୨୭ ତାରଖରେ ପ୍ରବଳ ମଦପିଇ ଘରକୁ ଫେରିଥିଲା । ବୋହୂକୁ ଆଗରୁ ଅନେକଥର ଖରାପ ନଜରରେ ଦେଖିଥିଲେ ବି କିଛି ସୁଯୋଗ ପାଉ ନଥିଲା । ଘଟଣାଦିନ କେହି ନଥିବାରୁ ସେ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବୋହୂ ଏହାର ବିରୋଧ କରିବା ପରେ ସେ ବୋହୂର ତଣ୍ଟିଚିପି ଦେଇଥିଲା । ଅବତାର ସିଂ ଅଚେତ ହୋଇଯାଇଥିବା ବୋହୁକୁ ଦୁଷ୍କର୍ମ କରିଥିଲା । ଏହି ଘଟଣାକୁ ନିଜ ସ୍ତ୍ରୀ ଦେଖିବା ପରେ ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିବା ସ୍ଵୀକାର କରିଛନ୍ତି ।

ଅବତାର ସିଂ ନିଜ ସ୍ତ୍ରୀ ଓ ବୋହୂକୁ ହତ୍ୟା କରିବା ପରେ ଚତୁରତାର ସହ ପୋଲିସକୁ ବିଭିନ୍ନ ଦିଗରୁ ବାଟବଣା କରୁଥିଲା । ପୋଲିସ ଅନ୍ଧାରରେ ବାଡ଼ି ବୁଲେଇ ଅପରାଧୀକୁ ଧରିପାରୁ ନଥିଲା । ସେଥିପାଇଁ ପୋଲିସକୁ ପୁରସ୍କାର ରାଶି ବି ଘୋଷଣା କରିବାକୁ ପଡ଼ିଥିଲା ।

ଅବତାର ସିଂ ଗିରଫ ହେବାପରେ ଖୋଲିଯାଇଛି ସବୁ ମର୍ଡ଼ର ମିଷ୍ଟ୍ରି ।

197 Views

   ସମ୍ବନ୍ଧିତ ଖବର