ପତ୍ନୀଙ୍କ ଚରିତ୍ରକୁ ସନ୍ଦେହକରି ୩ ମାସ ହେଲା ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲା ସ୍ବାମୀ, ନୃଶଂସ ବାପାକୁ ସାହାଯ୍ୟ କରୁଥିଲା ନିର୍ଦୟ ପୁଅ

Published By : Prameya-News7 Bureau | July 02, 2021 IST

ଜୟପୁର ୦୨/୦୭ : ମଧ୍ୟଯୁଗୀୟ ବର୍ବରତା ଏବେ ବି ରହିଛି । କ୍ରୀତଦାସଙ୍କୁ ସେତେବେଳେ ମାଲିକ ଦେଉଥିଲେ ନିର୍ଯ୍ୟାତନା । ଲୁହା ଶିଜୁଳିରେ ବାନ୍ଧି ଖଟାଉଥିଲେ । ତେବେ ଦୀର୍ଘ ବର୍ଷ ପୂର୍ବର ସେହି ଅମାନବିକ ଅତ୍ୟାଚାର ଏବେବି ଦେଖିବାକୁ ମିଳିଛି । ତେବେ ଚାକର କିମ୍ବା ଶତ୍ରୁ ନୁହେଁ, ଜେଲର କଏଦୀ ମଧ୍ୟ ନୁହେଁ ସେ ଜଣେ ମହିଳା । ନିଜ ଘରେ ୩୦ କିଲୋର ଲୁହା ଶିକୁଳିରେ ବନ୍ଧା ହୋଇଛନ୍ତି ମହିଳା ।  ରାଜସ୍ଥାନର ପ୍ରତାପଗଡ  ଅଞ୍ଚଳର ଏହି  ଦୃଶ୍ୟ ଯେତିକି ବେଦନା ଦାୟକ ତା ପଛର କାହାଣୀ ଆହୁରି ଦୁଃଖଦ । 

ସୂଚନା ଅନୁଯାୟୀ, ପ୍ରତାପଗଡ ଜାମ୍ବୁଖେଡା ଗାଁରେ ରହୁଥିବା ଭେରୁଲାଲ ମିଣା ନାମକ ବ୍ୟକ୍ତି ନିଜ ସ୍ତ୍ରୀକୁ ପାଖାପାଖି ତିନି ମାସ ହେଲା ଗୋଟିଏ ଘରେ ୩୦ କେଜି ଓଜନର ଏକ ମୋଟା ଶିକୁଳିରେ ବାନ୍ଧିୁ ରଖିଥିଲା । ଯାହା ଫଳରେ ସେ ବାହାରକୁ ଯିବା ଦୂର କଥା ସାହାଯ୍ୟ ପାଇଁ କାହାରିକୁ କହିବାକୁ ବି ସକ୍ଷମ ନଥିଲେ । ଭେରୁଲାଲ ତାଙ୍କୁ ଏକ କୋଠରୀରେ ବନ୍ଦ ରଖି  ଶାରିରୀକ ଓ ମାନସିକ ଭାବେ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ।

ସ୍ଥାନୀୟ କିଛି ବାସିନ୍ଦା ଏ ନେଇ ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହିତ ଶୁକୁଳିରୁ  ବାହାର କରିଥିଲେ । ପୋଲିସ ସାମ୍ନାରେ ମହିଳାଜଣଙ୍କ ତାଙ୍କ ଦୁଃଖ ବିଷୟରେ କହିଥିଲେ । ମହିଳା ଜଣଙ୍କ କହିଥିଲେ କି ତାଙ୍କ ମାଆକୁ ସାହାର୍ଯ୍ କରିବା ପାଇଁ ସେ ହିଙ୍ଗଲାଜ୍ ଗାଁକୁ ଯାଆନ୍ତି । ଏଥିପାଇଁ ତାଙ୍କ ସ୍ବାମୀ ଓ ପୁଅ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ।  ଏଥିପାଇଁ ତାଙ୍କୁ ୩୦ କିଲୋର ଲୁହା ଶିକୁଳିରେ ବାନ୍ଧି ରଖିଥିଲେ । ଏହି ନିର୍ଯ୍ୟାତନା ପ୍ରାୟତଃ ୩ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଯାହାକି ଏପର୍ଯ୍ୟନ୍ତ ଜାରି ରହିଥିଲା । 

ଘଟଣା ବାବଦରେ ଶୁଣିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ କହିଥିଲେ କି ତାଙ୍କ ସ୍ବାମୀ ଓ ପୁଅ ତାଙ୍କୁ ତିନି ମାସ ହେଲା ବାନ୍ଧି ରଖିଥିଲେ । ଏଥିରୁ ଜଣାପଡିଛି କି ମହିଳା ଜଣଙ୍କ ନିତିଦିନ ୩୦ କିଲୋର ଓଜନିଆ ଲୁହା ଶିକୁଳି ଉଠାଇ କାମ କରିବାକୁ ପଡୁଥିଲା । ଯାହାପଳରେ ତାଙ୍କ ପାଦ ଫୁଲି ଯାଇଥିଲା । ପୋଲିସ ପୀଡିତାଙ୍କ ସ୍ବାମୀ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.