Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଫେସବୁକ ଲାଇଭରେ ନିଦ ବଟିକା ଖାଇ ଅଭିନେତାଙ୍କ ଆତ୍ମହତ୍ୟା ଉଦ୍ୟମ, ଲୋକେସନ୍‌ ଟ୍ରାକ୍‌ କରି ପହଞ୍ଚିଗଲା ପୋଲସ୍‌, ତା ପରେ…

9/06/2021 at 10:12 PM

କୋଲକାତା, ୦୯/୦୬ : ଜଣାଶୁଣା ବଙ୍ଗାଳୀ ଟେଲିଭିଜନ ଅଭିନେତା ସୁଭୋ ଚକ୍ରବର୍ତ୍ତୀ ଫେସବୁକ୍ ଲାଇଭରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବୁଧବାର ଦିନ ନିଦ ବଟିକା ଖାଇ ସେ ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରିଥିଲେ । ସୁଭୋ କହିଛନ୍ତି ଯେ, କୋଭିଡ ସଙ୍କଟ ମଧ୍ୟରେ କାମ ଅଭାବରୁ ସେ ହତାଶ ହୋଇଯାଇଛନ୍ତି । ଲାଇଭଷ୍ଟ୍ରିମିଙ୍ଗ୍ ସମୟରେ ନିଜ ପ୍ରଶଂସକଙ୍କ ସହ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତା ନିଦ ବଟିକା ଖାଇଥିଲେ ।
ଫେସବୁକ ଲାଇଭ ସମୟରେ ସେ କହିଥିଲେ, ପ୍ରତ୍ୟେକ ପରିବାରରେ ଏହି ସମସ୍ୟା ରହିଛି । ମୋ ମା କହିବେ ମୋ ପୁଅ ୩୧ ବର୍ଷ ବୟସରେ ବେକାର ବସିଛି । ମୋର ପିତା ଗତ ବର୍ଷ ଚାଲିଯାଇଥିଲେ । ତାଙ୍କ ପେନସନ ଟଙ୍କାରେ ଘର ଚାଲୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ଅବସାଦଗ୍ରସ୍ତ ହୁଏ ସେତେବେଳେ ସେ ବଞ୍ଚିବାକୁ ଇଚ୍ଛା କରେନି । ମୁଁ କେବଳ ଶୋ’ ପାଇଁ ଏହା କରୁନାହିଁ | ମୁଁ ପ୍ରକୃତରେ ନିଦ ବଟିକା ଖାଇଦେଇଛି । “
ଆଗକୁ ସେ କହିଛନ୍ତି,’ ଛାତରୁ ଡେଇଁବା, ହାତ କାଟିବା, ଏସବୁ ମୁଁ ପସନ୍ଦ କରେନି । ମୁଁ ନିଦ ବଟିକା ପାଇଲି ଓ ତାକୁ ହିଁ ଖାଇଦେଲି | ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ସେମାନେ ନିଦ ବଟିକା ଖାଇଲେ ହୃଦଘାତ ହେବାର ସମ୍ଭାବନା ଥାଏ ବୋଲି ସେ କହିଛନ୍ତି ।‘
ସବୁତକ ବଟିକା ଖାଇ ସାରିବା ପରେ ସେ କହିଥିଲେ ଯେ ସେ ଏବେ ବି ଜୀବିତ ଅଛନ୍ତି ଏବଂ ଆଉ ଏକ ଭିଡିଓ କରିବେ । ଏସବୁ ଦେଖି ସୁଭୋ ଚକ୍ରବର୍ତ୍ତୀଙ୍କ ଜଣେ ପ୍ରଶଂସକ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ଫେସବୁକ ମଧ୍ୟମରେ ସୁଭୋଙ୍କର ଲାଇଭ ଲୋକେସନ ଟ୍ରେସ କରିଥିଲା ଓ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ଷା କରିଥିଲା ।
ସୂଚନା ଅନୁଯାୟୀ, ସେହି ସମୟରେ ସୁଭୋ ଚକ୍ରବର୍ତ୍ତୀଙ୍କ ମା’ ଓ ଭଉଣୀ ଘରେ ଥିଲେ । କିନ୍ତୁ ସୁଭୋ କଣ କରୁଛନ୍ତି ସେ ସମ୍ପର୍କରେ ସେମାନେ ଜାଣିନଥିଲେ ।

   Related Posts