ଫିଜିଓଥେରାପି ନାଁରେ ଭୁବନେଶ୍ବରରେ ସେକ୍ସ ରାକେଟ: ୩ ଜଣ ବଙ୍ଗୀୟ ଓ ଜଣେ ବିହାରୀ ଯୁବତୀ ଉଦ୍ଧାର, ୨ ଗ୍ରାହକ ସହ ମାଲିକ ଗିରଫ
1/04/2019 at 1:33 PM

ଭୁବନେଶ୍ବର୧|୪: ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସନସାଇନ୍ ପ୍ଲାଜା ବିଲ୍ଡିଂରେ ଚାଲିଥିବା ଏକ ଫିଜିଓଥେରାପି ସେଷ୍ଟର ଉପରେ ଚଢଉ କରି ଲକ୍ଷ୍ମୀସାଗର ପୋଲିସ ୩ ଜଣ ବଙ୍ଗୀୟ ଓ ଜଣେ ବିହାର ଯୁବତୀଙ୍କୁ ଉଦ୍ଧାର କରିଛି ।

ରାଉରକେଲାର ୨ ଜଣ ଗ୍ରାହକଙ୍କ ସହ ଫିଜିଓଥେରାପି ସେଣ୍ଟରର ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଡିସିପି ଅନୁପ ସାହୁଙ୍କ ସୂଚନା ଦେଇଛନ୍ତି । ଏହି ଫିଜିଓଥେରାପି ସେଣ୍ଟରରେ ଦୀର୍ଘଦିନ ହେଲା ସେକ୍ସ ର୍ୟାକେଟ ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ।

ଚଢଉ ବେଳେ ଅସଂଜତ ଅବସ୍ଥାରେ ଦୁଇ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବାବେଳେ କିଛି ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି । ଉଦ୍ଧାର ହୋଇଥିବା ୪ଜଣ ଯୁବତୀଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ ଖୋର୍ଦ୍ଧାସ୍ଥିତ ସେଲ୍ଟର ହୋମକୁ ପଠାଇଦିଆଯାଇଛି ।

୨୦୦୦ ଟଙ୍କାରେ ଫିଜିଓ ଥିରାପି ଦିଆଯାଉଥିଲା । ତେବେ ଅସଲରେ ଦେହ ବ୍ୟବସାୟ ପାଇଁ ହିଁ ୧୦୦୦ଟଙ୍କା ଏବଂ ଫିଜିଓଥିରାପି ପାଇଁ ୧୦୦୦ଟମଙ୍କା ନିଆଯାଉଥିବା ଜଣାପଡିଛି ।

ବିଭିନ୍ନ ମସାଜ ପାର୍ଲରେ ଉପରେ ପୋଲିସ ଚଢଉ କରୁଥିବାରୁ ଏଭଳି ଫିଜିଓଥିରାପି ସେଣ୍ଟର ଓ ଆୟୁର୍ବେଦିକ ଉପଚାର ସେଣ୍ଟର କରି ଭୁବନେଶ୍ବରରେ ଦେହବ୍ୟବସାୟ ଆରମ୍ଭ ହୋଇଛି ।
