ବିୟୁଟି ପାର୍ଲରରେ ସଜ ହୋଇ ଝିଅମାନେ ମାଗୁଥିଲେ ଭିକ: ଧରିଲା ପୋଲିସ୍

Published By : Prameya-News7 Bureau | March 30, 2019 IST

ଭୋପାଳ ୩୦/୩: ବିୟୁଟି ପାର୍ଲରରୁ ସଜ ହୋଇ ଭିକ୍ଷାବୃତ୍ତି କରିବାକୁ ବାହାରିଥିବା ୪ଜଣ କିଶୋରୀଙ୍କ ସହ ୧୫ଜଣ ପିଲାଙ୍କୁ ଚାଇଲଡ୍ ଲାଇନ, ବାଳ କଲ୍ୟାଣ ସମିତି ଏବଂ ପୋଲିସ୍ ଉଦ୍ଧାର କରିଛି। ଏହି ପିଲାଙ୍କ ବୟସ ୬ରୁ ୧୫ବର୍ଷ। ଅଧିକାଂଶ ପିଲା ପିବଡ଼ାଓ ଏବଂ ନେମାବର ବାଇପାସ ଅଞ୍ଚଳରେ ରୁହନ୍ତି। ପିଲାଙ୍କୁ ପୋଲିସଙ୍କ କବଳରୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିବାର ଲୋକଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟରେ ବାଧା ଉତ୍ପନ୍ନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇପାରେ। କାଉନସିଲିଂ ପରେ ପିଲାଙ୍କୁ ବୟସ ଅନୁସାରେ ଭିନ୍ନ ଭିନ୍ନ ସଂସ୍ଥାରେ ରଖାଯାଇଛି। ବସ୍ ଷ୍ଟାଣ୍ଡ ଏବଂ ରେଲଓ୍ବେ ଷ୍ଟେସନ ଅଞ୍ଚଳରୁ ୧୫ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି।

{"id":98560,"width":592,"height":333}

ଏମାନଙ୍କ ମଧ୍ୟରେ ୧୨ଜଣ ନାବାଳିକା ହୋଇଥିବାବେଳେ ୩ଜଣ ନାବାଳକ ଅଟନ୍ତି। କେତେକ ପିଲାଙ୍କୁ ସିୟାଗଞ୍ଜ ଅଞ୍ଚଳରେ ଭିକ୍ଷା ମାଗୁଥିବାବେଳେ ଉଦ୍ଧାର କରାଯାଇଥିଲା। ଏହି ପିଲାମାନେ କେଳା ସମ୍ପ୍ରଦାୟର। ଏହି ପିଲାମାନେ କହିଛନ୍ତି ଯେ ଭିକ୍ଷା ମାଗୁଥିବାବେଳେ ଲୋକେ ତାଙ୍କୁ ଟଙ୍କା,ପଇସା ସହ ଖାଦ୍ୟ ପାନୀୟ ମଧ୍ୟ ଦେଇଥାଆନ୍ତି। ସେମାନେ ଗୋଟିଏ ଦିନରେ ୧୦୦ଟଙ୍କାରୁ ୨୦୦ଟଙ୍କା ଆୟ କରିଥାଆନ୍ତି। ସେମାନେ ଏହି ଟଙ୍କା ନେଇ ତାଙ୍କ ବାପା ମାଆଙ୍କୁ ଦେଇଥାଆନ୍ତି।

{"id":98561,"width":590,"height":393}

ଏମାନଙ୍କ ମଧ୍ୟରୁ ୪ଜଣ ନାବାଳିକାଙ୍କ ପରିଧାନରୁ ଜଣା ପଡ଼ୁଥିଲା ଯେ ଏହି ୪ଜଣ ବିୟୁଟି ପାର୍ଲରରୁ ଭିକାରୁଣୀ ବେଶରେ ସଜ ହୋଇ ଭିକ୍ଷା ମାଗୁଛନ୍ତି। ଯେପରି ଭାବେ ସେମାନେ ସଜ ହୋଇ ବୁଲୁଛନ୍ତି ସେଥିରୁ ଲାଗୁଛି ଯେ ସେମାନେ ଭିକ୍ଷାବୃତ୍ତି ବ୍ୟତୀତ ଅନ୍ୟ ଅପରାଧ ସହ ମଧ୍ୟ ଜଡ଼ିତ । ଏହି ପିଲାଙ୍କ ପରିବାର ଲୋକେ ତାଙ୍କୁ ଏପରି କରିବାକୁ ବାଧ୍ୟ କରୁଛନ୍ତି।

{"id":98562,"width":594,"height":379}

କାର୍ଯ୍ୟାନୁଷ୍ଠାନ ସମୟରେ ଜଣେ ଏନଜିଓ ସଞ୍ଚାଳକ ମଧ୍ୟ ଆସିଥିଲେ। ସେ ପିଲାଙ୍କ ଦାୟିତ୍ବ ନେଇ ତାଙ୍କୁ ଛାଡ଼ିବାକୁ ଚାପ ପ୍ରୟୋଗ କରୁଥିଲେ। ସମସ୍ତ ପିଲାଙ୍କୁ ସମିତି ଆଗରେ ହାଜର କରାଯାଇଥିଲା। ପିଲାଙ୍କ ପରିବାର ଲୋକେ ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ ଏବଂ କହୁଥିଲେ ଯେ ସେମାନେ ଏହି କାମ ତାଙ୍କ ପିଲାଙ୍କ ଦ୍ବାରା ପ୍ରଥମ ଥର କରାଉଛନ୍ତି। ପିଲାଙ୍କୁ ଜିପରେ ବସାଉଥିବାବେଳେ କେତେକ ମହିଳା ଜିପ୍ ଆଗରେ ଶୋଇ ପଡ଼ିଥିଲେ। ପୋଲିସ୍ ପିଲାଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲା। ଏହି ଟିମ୍ ୫୨ଜଣ ପିଲାଙ୍କୁ ଉଦ୍ଧାର କରିସାରିଛି।  

{"id":98563,"width":591,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.