Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ପିସିଆର୍ ଭ୍ୟାନ୍ ଦେଖି ପ୍ରେମୀଯୁଗଳ ଛାନିଆ, ଖସିଯିବା ବେଳେ ଯୁବତୀଙ୍କୁ ଧକ୍କା ଦେଲା କାର

8/01/2021 at 11:52 AM

ଭୁବନେଶ୍ବର୮/୧: ଦୁର୍ଘଟଣାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାରରେ ତୁମୁଳକାଣ୍ଡ ଘଟିଛି । ଏକ ଦ୍ରୁତଗାମୀ କାର୍‌ ଯୁବତୀଙ୍କୁ ଧକ୍କା ଦେବାରୁ ଉତ୍ତ୍ୟକ୍ତ ଲୋକମାନେ କାର୍‌ ଭଙ୍ଗାରୁଜା କରିଛନ୍ତି । କାର୍‌ରେ ଥିବା ପ୍ରେମୀ ଯୁଗଳଙ୍କୁ ମାରିବା ପାଇଁ ଉଦ୍ୟମ କରିଛନ୍ତି । ତେବେ ପୁଲିସ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବା ବେଳେ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କ କବଳରୁ ପୁଲିସ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରକୁ ଢେଲାମାଡ଼ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଖଣ୍ଡଯୁଦ୍ଧ ଚାଲିଥିଲା। ଅଧିକ ସଂଖ୍ୟକ ଫୋର୍ସ ପହଞ୍ଚି ଯିବାରୁ ଲୋକେ ସେଠାରୁ ହଟିଥିଲେ। ଏହା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ଘଟଣାରୁ ଜଣାଯାଇଛି, ପୁରୀ କାକଟପୁର ଅଞ୍ଚଳ ଜନୈକା ଯୁବତୀ ନୀଳାଦ୍ରିବିହାର ଓମ୍‌ଫେଡ୍‌ ବସ୍ତିରେ ରହୁଛନ୍ତି । ସେ ନୀଳାଦିବିହାର ଉତ୍କଳ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ଗତକାଲି ସନ୍ଧ୍ୟା ସାଢ଼େ ୬ଟାବେଳେ ସେ ଡ୍ୟୁଟିରେ ବାହାରିଥିଲେ । ସେ ଚାଲି ଚାଲି ଯାଉଥିବା ବେଳେ ବୁଦ୍ଧ ପାର୍କ ପଛ ପଟ ନୂଆ ରାସ୍ତାରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଜନୈକା ଯୁବତୀଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ୨୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ମୁହଁ ଫାଟି ଯାଇଥିଲା । ଦୁର୍ଘଟଣା ପରେ ପାଖ ବସ୍ତିର ଶହ ଶହ ବସ୍ତିବାସିନ୍ଦା ସେଠାରେ ପହଞ୍ଚି ଯାଇଥିଲା ।

ଏହି ସମୟରେ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚି ଯାଇଥିଲା । କାର୍‌ ଭିତରୁ ଯୁବକ ଯୁବତୀଙ୍କୁ ଉଦ୍ଧାର କରି ପୁଲିସ ପିସିଆର ଭ୍ୟାନ୍‌କୁ ନେଉଥିବା ବେଳେ ଲୋକମାନେ ତାଙ୍କୁ ଘେରି ଯାଇଥିଲେ । କିଛି ଲୋକେ ଯୁବକ ଯୁବତୀଙ୍କୁ ପୁଲିସ ଠାରୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ପୁଲିସଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପୁଲିସ ଉଭୟଙ୍କୁ ପିସିଆର ଭ୍ୟାନ୍‌ ଭିତରେ ପୂରାଇ ଦେଇଥିଲା । ଲୋକେ ପିସିଆର ଭ୍ୟାନକୁ ସେଠାରୁ ଛାଡ଼ି ନଥିଲେ । ଖବର ଦ୍ରୁତ ଗତିରେ ପ୍ରଚାରିତ ହେବା ପରେ ବସ୍ତିର ୪ ଶହରୁ ଅଧିକ ଲୋକ ପହଞ୍ଚି ଯାଇଥିଲେ ।

ଦୁର୍ଘଟଣାର ଶିକାର ଯୁବତୀଙ୍କ ଚିକିତ୍ସା ଓ ଅନ୍ୟ ସମସ୍ତ ଖର୍ଚ୍ଚ ଦୁର୍ଘଟଣା ଘଟାଇଥିବା ଯୁବକଯୁବତୀ ବହନ କରିବା ପାଇଁ ସେମାନେ ଦାବି କରିଥିଲେ । ଖବରପାଇ ଜୋନ୍‌ ଏସିପି, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ୪ଟି ଭ୍ୟାନ୍‌ରେ ଫୋର୍ସ ନେଇ ସେଠାରେ ପହଞ୍ଚି ଯାଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା । ଏଥିରେ ବସ୍ତିର ୩ ଜଣ ଲୋକେ ଆହତ ହୋଇଥିବା ବେଳେ ୪ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ପ୍ରେମୀ ଯୁଗଳଙ୍କୁ ନେଇ ଥାନାରେ ଅଟକ ରଖିଛି । ବସ୍ତିରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ଥାଉକି, ଦୁର୍ଘଟଣା ଘଟାଇଥିବା ଯୁବକଯୁବତୀ ସନ୍ଧ୍ୟାରେ ବୁଦ୍ଧପାର୍କ ପଛ ରାସ୍ତାରେ କାର୍‌ ଭିତରେ ଅସଂଯତ ଅବସ୍ଥାରେ ଥିଲେ । ପିସିଆର ଭ୍ୟାନ୍‌ ଦେଖି ଦେବାରୁ ପ୍ରେମୀ ଯୁଗଳ କାର୍‌ରେ ଦ୍ରୁତଗତିରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

   Related Posts