ନିଖୋଜ ନାବାଳିକାକୁ ଉଦ୍ଧାର କଲା ପୋଲିସ, ଅପହରଣ ପରେ କୋଲକାତା ପଠାଇବା ଲାଗି ଚାଲିଥିଲା ପ୍ରସ୍ତୁତି

Published By : Prameya-News7 Bureau | January 10, 2021 IST

ନିମାପଡା୧୦/୧: ପୁଣି ଜଣେ ନାବାଳିକାକୁ ମୃତ୍ୟୁ ମୁହଁରୁ ବଞ୍ଚାଇଲା ବଳଙ୍ଗା ପୋଲିସ୍। ଅପହରଣର ମାତ୍ର ୬ ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ l ପିପିଲି ବ୍ଲକ ରଥପୁରୋଷତ୍ତମପୁର ପଞ୍ଚାୟତ ଛଣଘର ବେହେରା ସାହିର ଅପହରଣ ନାବାଳିକାକୁ ଉଦ୍ଧାର କଲା ବଳଙ୍ଗା ପୋଲିସ। ଗତକାଲି ସନ୍ଧ୍ୟା ସମୟରେ ନାବାଳିକା ଘରୁ ବାହାରକୁ ବାହାରିଥିଲା। ଏହି ସମୟରେ ସୁଯୋଗ ଦେଖି ନାବାଳିକାକୁ ଅପହରଣ କରି ନେଇଥିଲା ଦୁର୍ବୃତ୍ତ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନଥିଲା। ଏ ନେଇ ପରିବାର ଲୋକେ ବଳଙ୍ଗା ଥାନାର ଦ୍ବାରସ୍ଥ ହୋଇଥିଲେ।

ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ୫/୬ ଘଣ୍ଟାରେ ଅପହରଣ ନାବାଳିକାକୁ ଉଦ୍ଧାର କରିଥିଲା ବଳଙ୍ଗା ପୋଲିସ। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ଅପହରଣକାରୀକୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣଙ୍କୁ ଅପହରଣ କରି କୋଲକାତା ପଠାଇବା ଲାଗି ପ୍ରସ୍ତୁତି ଚାଲିଥିଲା। ଏହି ଘଟଣା ସଂପର୍କରେ ପୋଲିସ୍ ଖବର ପାଇ ରାତି ୩ଟାରେ ଡେଲାଙ୍ଗର ମଉନି ମଠ ଅଞ୍ଚଳରେ ଥିବା ଏକ ଘରୁ ନାବାଳିକାକୁ ଉଦ୍ଧାର କରିଥିଲା। ପୁରୀ ଏସ୍‌ପିଙ୍କ ନେତୃତ୍ବରେ ପିପିଲି ଏସ୍‌ଡିପିଓ ଏବଂ ବଳଙ୍ଗା ଥାନା ଅଧିକାରୀ ଏହି ଅପରେସନ୍‌ରେ ସାମିଲ ଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.