ନିଖୋଜ ଜେଇ ଜୟକାନ୍ତ ଶବର କଣ୍ଟାବାଞ୍ଜିରୁ ଉଦ୍ଧାର, କହିଲେ ନିଜ ଇଚ୍ଛାରେ ବିଜେଡି କର୍ମୀଙ୍କ ସହ ଯାଇଥିଲି

Published By : Prameya-News7 Bureau | June 07, 2019 IST

ପାଟଣାଗଡ ୭|୬: ଫେରି ନଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ନିଖୋଜ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରି ଘରେ ଛାଡିଛି ପାଟଣାଗଡ ପୋଲିସ । ଗତ ୫ ତାରିଖରୁ ଘରକୁ ଫେରିନଥିଲେ ଜୟକାନ୍ତ । ଗତକାଲି ପତ୍ନୀ ପ୍ରବିଣା ରାଜହଂସ ଶବର ତାଙ୍କ ସ୍ବାମୀଙ୍କୁ ଅପହରଣ କରାଯାଇଥିବା ନେଇ ପଟଣାଗଡ ଥାନାରେ ଏତଲା ଦେଇଥିଲେ ।

ତେବେ ଘରକୁ ଫେରିବା ପରେ ଅପହରଣ ଅଭିଯୋଗ ନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ, ସେ ବିଜେଡି କର୍ମୀଙ୍କ ସହ ନୂଆପଡା ଖରିଆର ଯାଇଥିଲେ । ଏହାସହ ପୁରା ଘଟଣା ସଂପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି । ପାଟଣାଗଡ ବିଧାୟକଙ୍କ ଉପସ୍ଥିତିରେ ସେଦିନ ନିର୍ବାହୀ ଯନ୍ତ୍ରୀ ମଧ୍ୟ ମୋତେ ଚାପୁଡା ମାରିଥିଲେ । ଅଧିକ ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠବସ୍ ହୋଇଥିଲି । ଲଜ୍ଜାଜନକ ପରିସ୍ଥିତି ଯୋଗୁ ମୁଁ ସେତେବେଳେ ଚୁପ୍ ରହିଥିଲି ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

ସେପଟେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.