ଭାଗଲପୁର ସେକ୍ସ ରାକେଟ: ପୋଲିସ ହାତରେ ଏବେ ଦ୍ୱିତୀୟ ଯୁବତୀ, ଖୋଲିବ ମିଥିଳେଶ ଓ ଟିଙ୍କୁ ମଣ୍ଡଳଙ୍କ ଦେହ ବ୍ୟବସାୟର ଗୁମର

Published By : Prameya-News7 Bureau | July 29, 2019 IST

ଜିରୋମାଇଲ:  ଗରିବ ଗ୍ରାମୀଣ ଯୁବତୀଙ୍କୁ ଅପହରଣ କରି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିବା ବିହାର ଭାଗଲପୁରର ଦେହ ବ୍ୟବସାୟୀ ମିଥିଳେଶ ମଣ୍ଡଳ ଓ ଟିଙ୍କୁ ମଣ୍ଡଳଙ୍କ ବ୍ୟବସାୟ ଉପରୁ ଏବେ ପର୍ଦ୍ଦା ହଟିବ। ସେମାନଙ୍କ ସେକ୍ସ ରାକେଟରୁ ଫେରାର ହୋଇ ଯାଇଥିବା ଦ୍ୱିତୀୟ ଯୁବତୀକୁ ପୋଲିସ ଠାବ କରିବା ସହ ନିଜ ହେପାଜତକୁ ନେଇଛି। ତେବେ ଏ ନେଇ ଯୁବତୀଙ୍କ ଅଭିଭାବକ ଥାନାରେ ଅଭିଯୋଗ କରିବାକୁ ରାଜି ହେଉ ନଥିବାରୁ ପୋଲିସ ନିଜ ଆଡୁ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

{"id":138642}

ପୋଲିସ ଟିଙ୍କୁ, ମିଥିଳେଶ ମଣ୍ଡଳ ଓ ତା ପତ୍ନୀ କୁହାଯାଉଥିବା ଗୁଡିଆ କୁମାରୀ ବିରୋଧରେ ମୋକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଚଳାଇଛି। ଟିଙ୍କୁ ପୂର୍ଣ୍ଣେୟା ଜିଲ୍ଲା ଭବାନୀପୁର ଥାନା ଅଞ୍ଚଳର ହୋଇଥିବା ବେଳେ ମିଥିଳେଶ ମାଧେପୁର ଜିଲ୍ଲା ବିହାରୀ ଗଞ୍ଜ ଅଞ୍ଚଳର। ସେମାନେ ଏକ ଡଜନରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ରଖି ଦେହ ବ୍ୟବସାୟ ଚଳାଥିବା ନେଇ ଉଭୟ ଯୁବତୀ ପୋଲିସକୁ ସୂଚନା ଦେଇଛନ୍ତି। ଯୁବତୀଙ୍କ ଫେରାର ହେବା ପରେ ଟିଙ୍କୁ ଓ ମିଥିଳେଶ ଜ୍ୟୋତିବିହାର ଭଡାଘର ଖାଲି କରିଦେଇଛନ୍ତି। ଅନ୍ୟପକ୍ଷରେ ସେମାନେ ପ୍ରାୟତଃ କାରରେ ଯିବା ଆସିବା କରୁଥିବାରୁ କଲୋନୀ ଲୋକ ସେମାନଙ୍କ ଚିହ୍ନି ନଥିବା କହୁଛନ୍ତି।

{"id":138643}

ବିହାରରେ ଦେହ ବ୍ୟବସାୟର ଚେର ରାଜଧାନୀରୁ ରାଜ୍ୟର କୋଣ ଅନୁକୋଣକୁ ବ୍ୟାପୀ ଥିବା ବେଳେ ଏଥିରେ ଅନେକ ଧୋବଧାଉଳିଆ ବାବୁ ଓ ରାଜନେତାଙ୍କର ମଧ୍ୟ ହାତ ରହିଛି। ମାମଲାକୁ ପୋଲିସ ଗୁରୁତର ସହ ଗ୍ରହଣ କରିଥିବା ବେଳେ ଜିରୋମାଇଲ ଥାନା ଅଞ୍ଚଳ ସମେତ  ବରାରୀ ଓ ଜ୍ୟୋତିବିହାରରେ ପୋଲିସ ଚଢଉ ଜାରି ରଖିଛି। ତେବେ ଅଭିଯୁକ୍ତ ପୋଲିସ ପଞ୍ଜାରୁ ଖସି ପାରିବେ ନାହିଁ ବୋଲି କହିଛନ୍ତି ଭାଗଲପୁର ଏସପି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.