ମାନବ ଚାଲାଣକାରୀଙ୍କ ଠାରୁ୧୧ ପିଲାଙ୍କୁ ଉଦ୍ଧାର କଲା ପୋଲିସ୍
1/03/2020 at 8:07 PM

ହାଇଦ୍ରାବାଦ୧/୩: ହାଇଦ୍ରାବାଦରେ ପୋଲିସ ୧୧ ଜଣ ପିଲାଙ୍କୁ ମାନବ ଚାଲାଣକାରୀଙ୍କଠାରୁ ଉଦ୍ଧାର କରିଛି। ପୋଲିସ କହିଛି ଯେ ସହରର ଏଲବି ନଗର ପୋଲିସ ଷ୍ଟେସନ ନିକଟରେ ଏକ ବସ୍ ଦେଖିବାକୁ ମିଳିଥିଲା ଯେଉଁଥିରେ ମାନବ ଚାଲାଣ ହେଉଥିବା ସନ୍ଦେହ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଛତିଶଗଡରୁ ହାଇଦ୍ରାବାଦକୁ ଚାଲାଣ ହେଉଥିବା ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଉଦ୍ଧାର କରି ପିଲାମାନଙ୍କୁ ରାଜ୍ୟ ଗୃହକୁ ସ୍ଥାନାନ୍ତର କରିଛି ବୋଲି ପୋଲିସ କମିଶନର ମହେଶ ଭଗବତ କହିଛନ୍ତି।
ସଂପୃକ୍ତ ବିଭାଗ ଅଧୀନରେ ଏ ବାବଦରେ ଏକ ମାମଲା ରୁଜୁ ହୋଇଛି। ଏହି ରାକେଟ ପଛରେ ଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଭାଗବତ କହିଛନ୍ତି।
Related Posts
ମା ବିରୋଧରେ ‘ପକ୍ସୋ’ ମାମଲା ! ନାବାଳକ ପୁଅକୁ ଦେଉଥିଲା ଯୌନ ନିର୍ଯାତନା
19 January 2021