ବିଜେପି ଉପାଧ୍ୟକ୍ଷଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ସର୍କିଟ୍‌ ହାଉସ୍‌ ନେଇଗଲା ପୋଲିସ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା କଣ ?

Published By : Prameya-News7 Bureau | September 20, 2021 IST

ମୁମ୍ୱାଇ, ୨୦/୦୯: ଭାରତୀୟ ଜନତା ପାର୍ଟିର ପ୍ରଦେଶ ଉପାଧ୍ୟକ୍ଷ ଡା. କିରିଟ୍ ସୋମାୟାଙ୍କୁ ଆଜି ପୋଲିସ୍‌ କରାଡ଼ ରେଳ ଷ୍ଟେସନ୍‌ରେ ଅଟାକାଇଥିବା ଜଣାପଡ଼ିଛି । କିରିଟ୍‌ କୋଲ୍ହାପୁର ଯାଉଥିବା ବେଳେ, ପୋଲିସ୍‌ ତଙ୍କୁ ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ରୁ ଓହ୍ଲାଇ ସର୍କିଟ୍‌ ହାଉସ୍‌ ନେଇଯାଇଥିଲା । ଏନେଇ ସେ କହିଛନ୍ତି ଯେ, ମହାରାଷ୍ଟ୍ରର ଗ୍ରାମ ବିକାଶ ମନ୍ତ୍ରୀ ହସନ ମୁଶ୍ରୀଫ୍‌ଙ୍କ ଆଉ ଏକ ଘୋଟାଲା ବାବଦରେ କଲ୍ହାପୁର ଯାଉଥିଲେ । ସେଥିପାଇଁ ଠାକ୍‌ରେ ସରକାର ଡରିଗଲେ । ସେଠାକୁ ଯିବାବେଳେ ସେମାନେ ଅଟକାଇ ଥିଲେ । ହେଲେ ଦୁଇ ଦିନପରେ ସେ ପୁଣି କୋଲ୍ହାପୁର ଯିବେ ଏବଂ ମନ୍ତ୍ରୀ କରିଥିବା ଘୋଟାଲାର ପର୍ଦ୍ଦାଫାଶ କରିବେ ।

ଗ୍ରାମ ବିକାଶ ମନ୍ତ୍ରୀ ଏନେଇ କହିଛନ୍ତି ଯେ, ତାଙ୍କ ଉପରେ କିରିଟ୍‌ ସୋମାୟା ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଏଥିପାଇଁ ସେ କିରିଟଙ୍କ ବିରୋଧରେ କୋଲ୍ହାପୁର ଅଦାଲତରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବେ ବୋଲି କହିଛନ୍ତି । ତାଙ୍କ ନାମରେ ଆସିଥିବା ଘୋଟାଲା ମାମଲାରେ ସେ ସାମିଲ୍‌ ନଥିବା କହିଛନ୍ତି ।

ଏଥି ମଧ୍ୟରେ ବିଧାନସଭାର ପ୍ରତିପକ୍ଷ ନେତା ଦେବେନ୍ଦ୍ର ଫଡନାଭିସ୍ ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ମହାରାଷ୍ଟ୍ର କଂଗ୍ରେସର ପ୍ରଦେଶ ପ୍ରବକ୍ତା, କିରିଟ୍‌ ସୋମାୟା ଘୋଟାଲା ଅଭିଯୋଗ ଆଣିବା ସହିତ ଜଣଙ୍କ ସମ୍ପତ୍ତି ଅନ୍ୟ ଜଣଙ୍କ ନାମରେ ଥିବା ଦେଖାଉଛନ୍ତି ବୋଲି କହିଛନ୍ତି । ସେ ଲୋକଙ୍କୁ ସତ୍ୟ ଘଟଣା ଦେଖାଇବାକୁ ଏବଂ ସତ୍ୟ ଘଟଣାକୁ ନେଇ ଅଭିଯୋଗ ଆଣିବାକୁ କିରିଟଙ୍କୁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.