ରିଓ୍ବାରିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ; ୩ଅଭିଯୁକ୍ତଙ୍କ ଫଟୋ ଜାରିକଲା ପୋଲିସ

Published By : Prameya-News7 Bureau | September 16, 2018 IST

ହରିୟାଣା ୧୬|୯: ହରିୟାଣା ରିଓ୍ବାରିରେ ରେ ସିବିଏସ୍‌ଇ ଟପ୍ପର ୧୯ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ପୋଲିସ । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ହରିୟାଣା ପୁଲିସ ସୂଚନା ଦେଇଛି ଯେ ୩ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିଛି । ସେମାନେ ହେଲେ ମନୀଶ, ନିଶୁ ଏବଂ ପଙ୍କଜ । ସେମାନଙ୍କ ମଧ୍ୟରୁ ଜଣେ ସେନାର ଯବାନ ବୋଲି ପୋଲିସ ସ୍ପଷ୍ଟ କରିଛି। ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କୁ ୩ ଦିନ ତଳେ ୩ ଜଣ ଯୁବକ ଅପହରଣ କରିନେଇଥିଲେ । ଏହାପରେ ସେମାନେ ତାଙ୍କୁ ଏକ ଖୋଲା ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ। ସେଠାରେ ପୂର୍ବରୁ ଥିବା ଆଉ କିଛି ଲୋକ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ଚେତାଶୂନ୍ୟ ହେବା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଫୋପାଡି ଚାଲି ଯାଇଥିଲେ। ବୁଧବାର ତାଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.