ପଚରାଉଚୁରା ପରେ ବିକାଶ ଦୁବେର ପତ୍ନୀ ଓ ପୁତ୍ରକୁ ଛାଡି ଦେଲା ପୋଲିସ, ମିଳିଲାନି କୌଣସି ପ୍ରମାଣ

Published By : Prameya-News7 Bureau | July 10, 2020 IST

କାନପୁର, ୧୦।୦୭:  ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସହଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ପତ୍ନୀ ଋଚା ଦୁବେ ଓ ପୁଅକୁ କାନପୁର ପୋଲିସ ପଚରାଉଚରା କରିବା ପରେ ଛାଡି ଦେଇଛି । ମାମଲାର ସୂଚନା ଦେଇଛନ୍ତି କାନପୁର ଏସଏସପି ଦିନେଶ କୁମାର । ଉଭୟଙ୍କର ବିକାଶ ଦୁବେର ଅପରାଧ ସହ କୌମସି ସମ୍ପର୍କ ନଥିବା ପୋଲିସ ଜାଣିବାକୁ ପାଇଥିଲା ।

ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୮ଟା ୩୦ରେ ପୋଲିସ ବିକାଶର ପତ୍ନୀ ଋଚା ଓ ପୁଅକ କୃଷ୍ଣାନଗରରୁ ଗିରଫ କରିଥିଲା । ଋଚା ପୋଲିସ କବଳରୁ ସର୍ବଦା ବିକାଶରୁ ରକ୍ଷା କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାସହ ଯେଉଁଥିରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିଲା ସେଦିନ ଋଚା ଭିଡିଓରେ ଲାଇଭ୍ ଦେଖୁଥିବା ମଧ୍ୟ କେହିକେହି କହୁଥିଲେ । ତେବେ ଜେରା ବେଳେ କୌଣସି ପ୍ରମାଣ ନମିଳିବାରୁ ଉଭୟଙ୍କୁ ଛାଡି ଦିଆଯାଇଛି ।  

ସୂଚନାଯୋଗ୍, ୮ ପୋଲିସକର୍ମୀଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି । ଏନକାଉଣ୍ଟରରେ ଗୁରୁତର ହେବା ପରେ ବିକାଶ ପ୍ରାଣ ହରାଇଥିଲା । ଏଥିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କାନପୁରର ଏସଏସପି ଦିନେଶ କୁମାର ଏନକାଉଣ୍ଟର ବାବଦରେ ସ୍ପଷ୍ଟ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.