Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଡାକ୍ତରଙ୍କୁ ଗୁଳି କରିଥିବା ଦୁର୍ବୃତ୍ତ ଏବେ ଯାଏଁ ଫେରାର୍: ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି , ସୂଚନା ଦେଲେ ପୁରସ୍କାର

3/01/2020 at 1:41 PM

ଖୋର୍ଦ୍ଧା ୦୩।୦୧: କ୍ଲିନିକରେ ପଶି ଶିଶୁ ବିଶେଷଜ୍ଞ ମାନସ ରଞ୍ଜନ ଦାସଙ୍କୁ ଗୁଳିମାଡ ଘଟଣା । ଆଜି ଖୋର୍ଦ୍ଧା ପୋଲିସ ପକ୍ଷରୁ ଗୁଳିମାଡ କରିଥିବା ଦୁର୍ବୃତ୍ତର ସ୍କେଚ ଜାରି କରାଯାଇଛି । ଯେକୌଣସି ବ୍ୟକ୍ତି ଯଦି ଏହି ଅଭିଯୁକ୍ତର ପରିଚୟ ଦିଅନ୍ତି ତେବେ ତାଙ୍କ ନାଁ ଗୋପନ ରଖାଯିବ ସହ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୫ ତାରିଖ  ରାତିରେ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲା । ତେବେ ଡାକ୍ତରଙ୍କୁ ବଞ୍ଚାଇବାକୁ ଯାଇ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଗୁଳିମାଡର ଶିକାର ହୋଇଥିଲେ ।  କିନ୍ତୁ କୃଷ୍ଣଚନ୍ଦ୍ର ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ଗୁଳିମାଡରେ କିଛିଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତରେ ଗୁଳିମାଡ କରିଥିବା ଅଭିଯୁକ୍ତ ଧରାପଡିନଥିଲା ।
ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଗୁଳିମାଡ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଜରିଆରେ କିଛି ତଥ୍ୟ ପାଇଥିଲା । କିନ୍ତୁ ସିସିଟିଭିରେ ଫଟୋ ସ୍ପଷ୍ଟ ଜଣାପଡୁନଥିଲା । ତେବେ ଫଟୋକୁ କିଭଳି ସ୍ପଷ୍ଟ ଭାବେ ଦେଖାଯିବ ସେଥିପାଇଁ ଲାବ୍ରୋଟେରୀକୁ ପଠାଯାଇଥିଲା । ଫଟୋଟି ଲାବ୍ରୋଟୀରରୁ ଆସିବା ପରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏକ ସ୍କେଚ ଜାରି କରାଯାଇଛି ।

   Related Posts