ତଥାପି ଚେତୁନାହାନ୍ତି ଲକ୍‌ଡାଉନ୍‌ ଭଙ୍ଗକାରୀ, ୨୪ଘଣ୍ଟାରେ ୪୩ ମାମଲା

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧।୦୪: ସାରାଦେଶରେ କରୋନା ଲକ୍‌ଡାଉନ୍‌ ୨୧ଦିନ ପରେ ପୁଣି ମେ ୩ ଯାଏଁ ବୃଦ୍ଧି ପାଇଛି । ଏଥିପାଇଁ ରହିଛି ଅନେକ କଟକଣା । ସରକାରଙ୍କ ସଚେତନତା ଓ ସତର୍କତା ଜାରି ସତ୍ତ୍ୱେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଜାରି ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଲକ୍‌ଡାଉନ୍‌ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ୪୩ଟି ମାମଲା ରୁଜୁ ହୋଇଛି । ଏନେଇ ରାଜ୍ୟ ପୋଲିସ ଡିଜି ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/DGPOdisha/status/1252510630449307648","type":"rich","providerNameSlug":"twitter","className":""}
https://twitter.com/DGPOdisha/status/1252510630449307648
/wp:core-embed/twitter

କରୋନା ତଥା କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୨୦ତାରିଖ ସକାଳୁ ୨୧ତାରିଖ ସକାଳ ତଥା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ୪୩ଟି ମାମଲା ରୁଜୁ ହୋଇଛି । ଲକ୍‌ଡାଉନ୍‌ ନିର୍ଦ୍ଦେଶନାମା ଉଲ୍ଲଂଘନ ଅଭିଯୋଗରେ ୪୧ଟି ମାମଲା, କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିଥିବା ଘଟଣାରେ ଗୋଟିଏ ମାମଲା ଓ ହୋମ୍ କ୍ୱାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୋଟିଏ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.