Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜଟଣୀରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ମାମଲାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କଲା ପୋଲିସ

14/04/2019 at 8:57 AM

ଖୋର୍ଦ୍ଧା ୧୪/୪: ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଜଟଣୀବାସୀଙ୍କୁ ମର୍ମାହତ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପ୍ରତ୍ୟେକ ପଞ୍ଚାୟତର ଲୋକ । ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ ଗିରଫ କରିଥିଲେ ମଧ୍ୟ, ପୂରା ଘଟଣାକ୍ରମକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଜଟଣୀବାସୀ । ଏଭଳି ଘଟଣା ପ୍ରତିବାଦରେ ଆଜି ସଂଧ୍ୟାରେ ଜଟଣୀ କଂଗ୍ରେସ ଓ ମହାକାଳ ସେନା ପକ୍ଷରୁ ସହରରେ କ୍ୟାଣ୍ଡେଲ୍ ରାଲି କରିବା ସହ କୁନି ଝିଅଟିର ଆତ୍ମାର ସଦ୍ଗତି କାମନା କରିଛନ୍ତି ସମସ୍ତେ । ସେପଟେ ପୋଲିସ ଘଟଣାକୁ ରେଡଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି।

ଦୁନିଆ କଣ ଜାଣିବା ପୂର୍ବରୁ ସୈତାନର ଖରାପ ନଜର ତାକୁ ଏ ଦୁନିଆରୁ ସବୁଦିନ ପାଇଁ ଚାଲିଯିବାକୁ ବାଧ୍ୟ କଲା । ମାତ୍ର ୪ବର୍ଷ ବୟସରେ ମାଆକୋଳକୁ ଭୁଲି ନଥିବା କୁନି ଝିଅଟିକୁ ଭୁଲାଇ ନିଜର କୁକର୍ମ ଚରିତାର୍ଥ କରିଥିବା ଏଭଳି ସୈତାନମାନେ ଆମ ସମାଜ ପାଇଁ ଗୋଟେ ଗୋଟେ କଳଙ୍କ । ଏହି କଳଙ୍କକୁ ସବୁ ଦିନ ପାଇଁ ଆମକୁ ସଫା କରିବାକୁ ପଡ଼ିବ। ଏଭଳି ନରରୂପୀ ରାକ୍ଷସମାନଙ୍କ ପ୍ରତି ଆମକୁ ସତର୍କ ହେବାକୁ ପଡ଼ିବ । ଜଟଣୀରେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଯେତେ ଶାସ୍ତି ଦେଲେ ବି ତା ପାଇଁ କମ୍ ହେବ । ତାକୁ ଦରକାର ଫାଶୀ ।

ରାଜନୀତିର ପଶାପାଲିରେ ମୋହରା ସାଜିଥିବା ଏଭଳି ସୈତାନମାନଙ୍କୁ ଅଭୟବର ଦେଇ ଏମାନଙ୍କ ସାହସ ବଢ଼ାଉଥିବା କୁତ୍ସିତ ଚେହେରାମାନଙ୍କୁ ଜଟଣୀବାସୀ କେବେ ବି ମାଫ୍ କରିବେନି । ପୂରା ଘଟଣାରେ ଜଟଣୀ ପୋଲିସର ନିଷ୍ଠୁରତା ଆଉ ଅମାନବୀୟ ଆଚରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ । କିଛି କୁଜି ନେତାଙ୍କ ନାଲି ଆଖିରେ ବେବସ ପୋଲିସର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଲା । ତେବେ ଘଟଣାର ଗମ୍ଭୀରତାକୁ ବୁଝିଛନ୍ତି,  ଭୁବନେଶ୍ବର ଡିସିପି ଏବଂ ପୋଲିସ କମିଶନର । ଆଉ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପୋଲିସ ବିଭାଗର ଏହି ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ମୁଖ୍ୟ ଅଭିଯୁକ୍ତ ସହ ସମ୍ପର୍କରେ ଥିବା କୁଜି ନେତା ଏବେ ଜେଲର ଚାରିକାନ୍ଥ ଭିତରକୁ ଯିବାକୁ ବାଧ୍ୟ ହୋଇଛନ୍ତି । ତଥାପି ଏଭଳି ଘଟଣା ଆହୁରି ଅନେକ ମୁଖା ପିନ୍ଧା ସୈତାନୀ ଚେହେରାଙ୍କୁ ଚିହ୍ନିବାର ଅବସର ସୃଷ୍ଟି କରିଛି ।

ଜଟଣୀ ସହରରେ ବିଭିନ୍ନ ସଂଗଠନ ତରଫରୁ କୁନି ଝିଅଟିର ଆତ୍ମାର ସଦ୍ଗତି କାମନା ଏବଂ ତାପ୍ରତି ହୋଇଥିବା ଅନ୍ୟାୟର ଉଚିତ୍ ନ୍ୟାୟ ଦାବି କରି କରାଯାଇଥିବା ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରା ସମସ୍ତଙ୍କୁ ସଚେତନ କରିଛି । ଆମ ଚାରି ପାଖରେ ବୁଲୁଥିବା ଏଭଳି  ପାପୀ, ସୈତାନ, ନରରୂପୀ ରାକ୍ଷସମାନଙ୍କୁ ଚିହ୍ନିବାକୁ ହେବ । ଆଉ ସେମାନଙ୍କ ସାହସକୁ ଦୃଢ଼ହସ୍ତରେ ଦମନ କରିବାକୁ ହେବ ।

   Related Posts