Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କାର୍‌ରୁ ଜବତ ହେଲା ୧୧ କୋଟି ଟଙ୍କା, ୪ ଗିରଫ

20/02/2019 at 9:27 AM

ରାୟପୁର ୨୦|୨: ଛତିଶଗଡ ମହାସମୁନ୍ଦ ଜିଲ୍ଲା ଅଞ୍ଚଳରୁ କାରରୁ ନଗଦ ପ୍ରାୟ ୧୧ କୋଟି ଟଙ୍କା ଜବତ ହୋଇଛି । ପୋଲିସ ଟଙ୍କା ଜବତ କରିବା ସହ ତଦନ୍ତ କରୁଛି । କାରରେ ଟଙ୍କା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ମହାସମୁଦ ଜିଲ୍ଲା ଖଲ୍ଲରୀ ଅଞ୍ଚଳରୁ କାର ରୁ ଟଙ୍କା ଜବତ କରିଛି ପୋଲିସ । ଗାଡିର ନମ୍ବର ପ୍ଲେଟ୍ ଉତ୍ତରପ୍ରଦେଶ ରହିଛି ।

ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଗସ୍ତ ଏବଂ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଦିନ ରାତି ଯାଞ୍ଚରେ ଲାଗିଛନ୍ତି । ଏହି ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ଯାଉଥିବା କାର୍ ରୁ ମିଳିଛି ୧୧କୋଟି ଟଙ୍କା ।

ପୋଲିସର ସୂଚନା ଅନୁସାରେ କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏହି ଟଙ୍କା ବୋଝେଇ କାର୍ । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ସମସ୍ତ ଟଙ୍କା କାର୍ ର ଭିତର ସିଟ୍ ରେ କରାଯାଇଥିବା ଏକ ସେଲ୍ଫରେ ରଖାଯାଇଥିଲା ।  ଏବେ ଏସବୁ ଟଙ୍କାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି । ତେବେ ଟଙ୍କା କେଉଁଠୁ ଆସିଲା, କିଏ ସେମାନଙ୍କୁ ଦେଇଥିଲା ଏବଂ କେଉଁଠାକୁ ଯାଉଥିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

   Related Posts