ISIS ଆତଙ୍କୀ ୟୁସୁଫ ଘରୁ ଜବତ ହେଲା ଅନେକ ବିସ୍ଫୋରକ ସାମଗ୍ରୀ, ପତିକୁ କ୍ଷମା କରିଦେବାକୁ ପତ୍ନୀର ଅନୁରୋଧ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩/୦୮ : ଦିଲ୍ଲୀରୁ ଗିରଫ ହୋଇଥିବା ଆଇଏସଆଇଏସ ଆତଙ୍କବାଦୀ ଅବୁ ୟୁସୁଫ ତଦନ୍ତ ମାମଲାରେ ବଡ ଖୁଲାସା ହୋଇଛି | ୟୁସୁଫ ଘରୁ ବିସ୍ଫୋରକ ଜବତ ହୋଇଛି | ବଳରାମପୁରରେ ୟୁସୁଫ ଘରୁ ବୋମା ଜ୍ୟାକେଟ ଜବତ ହୋଇଛି | ୟୁସୁଫତ ପତ୍ନୀ ସ୍ୱୀକାର କରିଛି ଯେ ୟୁସୁଫ ଘରକୁ ବିସ୍ଫୋରକ ଆଣି ବୋମା ତିଆରି କରୁଥିଲା |

ଦିନେ ପୂର୍ବରୁ ଦିଲ୍ଲୀରେ ପୋଲିସର ସ୍ପେଶାଲ ଟିମ ବଡ ଧରଣର ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦାଫାଶ କରିଥିଲା | ଏନକାଉଣ୍ଟର ପରେ ଆଇଏସଆଇଏସ ଆତଙ୍କବାଦୀ ଅବୁ ୟୁସୁଫକୁ ନେଇ ପୋଲିସ ଏବଂ ଏସଟିଏଫ ଟିମ ଉତ୍ତର ପ୍ରଦେଶର ବଳରାମପୁରରେ ତା ଘରେ ପହଞ୍ଚିଥିଲେ | ୟୁସୁଫ ସହ ଆଉ ଦୁଇ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି |

{"id":318858,"sizeSlug":"large"}

ଆତଙ୍କବାଦୀ ଅବୁ ୟୁସୁଫ ଘରେ ପୋଲିସ ସର୍ଚ୍ଚ ଅପରେସନ କରୁଛି | ୟୁସୁଫ ଘରୁ ପୋଲିସ ଅନେକ ମହତ୍ଵପୁର୍ଣ ଦସ୍ତାବିଜ ଜବତ କରିଛି | ୟୁସୁଫ ଘରୁ ପୋଲିସ ଏକ ଚମଡା ବେଲ୍ଟ, ଦୁଇଟି ଜ୍ୟାକେଟ, ଭିନ୍ନ ଭିନ୍ନ ପକେଟ ଥିବା ଜ୍ୟାକେଟ ଯେଉଁଥିରେ ବୋମା ରଖିବାକୁ ସୁବିଧା ଥାଏ, ୯ କିଲୋ ବିସ୍ଫୋରକ, ୩ ସିଲିଣ୍ଡ୍ରିକ୍ ଧାତୁ ବାକ୍ସ, ଟାର୍ଗେଟ ପ୍ରାକ୍ଟିସ ପାଇଁ କାଠ କାର୍ଡ, ଆଇଏସଆଇଏସ ପତାକା, ୩୦ ରୁ ଅଧିକ ବଲ୍ ବିୟରିଂ ଆଦି ଜବତ କରିଛି |

ଦିଲ୍ଲୀରେ ଗିରଫ ହୋଇଥିବା ୟୁସୁଫର ପତ୍ନୀ କହିଛି ଯେ, ପାଖାପାଖି ୨ ବର୍ଷରୁ ଅଳ୍ପ ଅଳ୍ପ ସାମଗ୍ରୀ ଆଣୁଥିଲା ଏବଂ ଏକ ଖାଲି ବକ୍ସରେ ଜମା କରି ରଖୁଥିଲା | ଏଥିପାଇଁ ସେ ମୋବାଇଲରୁ ଟ୍ରେନିଂ ନେଉଥିଲା ନା ଆଉ କାହାଠାରୁ ନେଉଥିଲା ତାହା ସେ ଜାଣିନାହିଁ ବୋଲି କହିଛି | ବାବ୍ରି ମସଜିଦ ସହ ତାର କୌଣସି ଦୁର୍ବଳତା ନଥିଲା | ଏ ସମ୍ପର୍କରେ କାହାକୁ ନ କହିବାକୁ ସେ ନିଜ ପତ୍ନୀକୁ ଧମକ ଦେଇଥିଲା | ୟୁସୁଫର ୪ ପୁଅଝିଅ | ୪ ପିଲାଙ୍କୁ ନେଇ ପତ୍ନୀ କୁଆଡେ ଯିବ କଣ କରିବ ସେନେଇ ସେ ଦୁଃଖ ପ୍ରକାଶ କରିଛି | ପତିର ଭୁଲ କ୍ଷମା କରିଦେବାକୁ ସେ ଅନୁରୋଧ ମଧ୍ୟ କରିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.